• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ଦେଶୀ ଉପାୟରେ ବନାନ୍ତୁ  ନଡ଼ିଆ ଛତୁ ବେସର

ଆମିଷ ଖାଉନଥିବା ଲେକମାନେ ସାଧାରଣତଃ ଛତୁ ଖାଇବାକୁ ପସନ୍ଦ କରିଥାନ୍ତି । ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟି ଓଡ଼ିଶାର ଏକ ପାରମ୍ପିରିକ ଦେଶୀ ରେସିପି ଅଟେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ନଡ଼ିଆ ଛତୁ ବେସର ବନେଇବା ପାଇଁ ସାମଗ୍ରୀ: ପାଳଛତୁ ୫୦୦ ଗ୍ରାମ, ନଡ଼ିଆ କୋରା, ସୋରିଷ,ରସୁଣ,ଶୁଖିଲା ଲଙ୍କା,ଟମାଟୋ-୧,ଆମ୍ବୁଲ-୨ଟି,ଧନିଆ ପତ୍ର,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଞ୍ଚାଲଙ୍କା -୨ଟି,ରିଫାଇନ ତେଲ ଓ ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ଛତୁକୁ ଭଲଭାବେ ଭାଜି ଦି‌ଅନ୍ତୁ ।
  • ଏହା ଛତୁ ଭଲ ଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ଏହାପରେ ଆମ୍ବୁଲକୁ ପାଣିରେ ଭିଜାଇ ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ବେସର ମସଲା ପ୍ରସ୍ତୁତ କରିବା ପାଇଁ ସୋରିଷ,ରସୁଣ,ଶୁଖିଲା ଲଙ୍କାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • କଡେଇରେ ତେଲ ଗରମ କରି ସେଥିରେ କିଛି ଜିରା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ ।
  •  ସେଥିରେ ଆଗରୁ ପ୍ରସ୍ତୁତ ହୋଇଥିବା ସୋରିଷ ବଟା ମସଲାକୁ ପକାଇ ଦିଅନ୍ତୁ ।
  • ମସଲାକୁ ଗୋଳାଇ କଷନ୍ତୁ ।ଏହାପରେ ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ପକାନ୍ତୁ ।
  • ଟମାଟୋ ଓ ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ, ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଆଗରୁ ଭଜା ହୋଇଥିବା ଛତୁକୁ ପକାଇ କଷନ୍ତୁ ।
  • ଛତୁ ଓ ମସଲା ଭଲ ଭାବେ ଗୋଳେଇ ହୋଇଗଲା ପରେ ସେଥିରେ ନଡ଼ିଆ କୋରାକୁ ପକାନ୍ତୁ ।
  • ଏହାପରେ ସେଥିରେ ଭିଜା ହୋଇଥିବା ଆମ୍ବୁଲକୁ ପକାନ୍ତୁ ।
  • ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡେଇ ଦିଅନ୍ତୁ । ୫ରୁ ୧୦ ମିନଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ।
  • ମସଲାରୁ ପାଣି ଫୁଟି ଶୁଖିଲା ହୋଇଗଲା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟିକୁ ଗରମ ଭାତ  କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।