/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643266342.jpg)
corn paratha recipe
ଶୀତଦିନରେ ଗରମ ପରଟା ଖାଇବାର ମଜା ନିଆରା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନିଆରା ଓ ସୁଆଦିଆ ପରଟା । ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ଏହି ରେସିପିର ନାଁ ହେଉଛି 'ମକା ପରଟା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ମକା ପରଟା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ।
- ଏବେ ଏକ ପାତ୍ରରେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ।
- ଚକଟି ସାରିବା ପରେ ଏହାକୁ ଗୋଳା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଲାଲ୍ ହୋଇଗଲେ, ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ଏଥିରେ ପକାଇ କଷନ୍ତୁ।
- ମସଲା କଷି ହୋଇଗଲା ପରେ ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ଏହି କଷା ହୋଇଥିବା ମସଲାକୁ ପୂର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ ।
- ଏବେ ଏହାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ। ଏବେ ଏକ ତାୱା ଗରମ କରି ସେଥିରେ ତେଲ ଦେବା ପରେ ପରଟାକୁ ସେକନ୍ତୁ। ଦୁଇ ପାଖ ପୂରା ଗୋଲ୍ଡେନ୍ କଲର୍ ହୋଇଗଲେ ପରଟା କାଢ଼ି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମକା ପରଟା’। ଏହାକୁ ଦହି, ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
corn parata recipeAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)