/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641637803.jpg)
'spring roll'
ଆପଣ ବଜାର ପରି ସ୍ପ୍ରିଙ୍ଗ୍ ରୋଲ୍ ଖାଈବାକୁ ଚାହୁଁଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ବଜାର ପରି 'ସ୍ପ୍ରିଙ୍ଗ୍ ରୋଲ୍'। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ସ୍ପ୍ରିଙ୍ଗ୍ ରୋଲ୍ ବନେଇବା ପାଇଁ ସାମଗ୍ରୀ:
ମଇଦା, କର୍ଣ୍ଣଫ୍ଲୋର୍, ଲୁଣ, ତେଲ ଏବଂ ପାଣି
ପ୍ରସ୍ତୁତି ପ୍ରଣାଳୀ:
- ରୋଲ୍ର ସିଟ୍ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର୍, ଲୁଣ ନେଇ ଏହାକୁ ଭଲ କରି ଗୋଳାଇ ଦିଅନ୍ତୁ।
- ଏହାପରେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଚକଟି ଦିଅନ୍ତୁ।
- ଏହାକୁ ଏବେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।
- କିଛି ସମୟ ପରେ ରୁଟି କଲା ପରି ଛୋଟ ଛୋଟ ଗୋଲ୍ କରି ବେଲି ଦିଅନ୍ତୁ।
- ଏମିତି ଅନ୍ୟ ସବୁକୁ ମଧ୍ୟ ଛୋଟ ଛୋଟ ପତଳା କରି ବେଲି ଦିଅନ୍ତୁ।
- ଏହା ପରେ ବେଲି ଥିବା ରୋଲ୍ ସିଟ୍କୁ ଗୋଟେ ଉପରେ ଗୋଟେ ରଖି ତିନୋଟି କିମ୍ବା ଚାରୋଟି ରଖି ପାରିବେ। ଏହାକୁ ରଖିଲା ପରେ ସିଟ୍ ଭିତରେ ଅଳ୍ପ ଅଳ୍ପ ମଇଦା ଦେଇଥିବେ।
- ଏହା ପରେ ସିଟ୍ଗୁଡ଼ିକୁ ଏହା ସହ ମିଶାଇ ଆଉ ଥରେ ବେଲନ୍ତୁ।
- ଏହା ବେଲି ଏକ ବଡ଼ ରୁଟିର ଆକାର ଦିଅନ୍ତୁ।
- ଏହା ପରେ ରୋଲ୍ ସିଟ୍କୁ ତାୱାରେ ସେକନ୍ତୁ।
- ତାୱାକୁ ଅଧିକା ଗରମ କରନ୍ତୁ ନାହିଁ। ରୋଲ୍ ସିଟ୍କୁ ମଧ୍ୟ ଆପଣ ଅଧିକା ସେକିବେ ନାହିଁ।
- ବିନା ତେଲରେ ଏହାକୁ ସେକି ସାରିଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ରୋଲ୍ ସିଟ୍ ଥଣ୍ଡା ହେଲା ପରେ ଚାରି ପାଖକୁ ସାଇଜ୍ କରି କାଟି ଦିଅନ୍ତୁ।
- ଏହା ପରେ ଆମେ ଉପରେ ପରସ୍ତ ଦେଇ ସେକିଥିବା ସିଟ୍କୁ ଏବେ ଧିରେ ଧିରେ ଛଡ଼ାନ୍ତୁ।
- ଏହିପରି ଭାବେ ଅନ୍ୟ ସବୁକୁ ମଧ୍ୟ ବାହାର କରି ଏକ ପାତ୍ରରେ ରଖନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସ୍ପ୍ରିଙ୍ଗ୍ ରୋଲ୍’ । ଏହି ‘ସ୍ପ୍ରିଙ୍ଗ୍ ରୋଲ୍’ ରେସିପି ସହିତ ସସ୍ କିମ୍ବା ପୋଦିନା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Advertisment
'spring rollAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)