• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସୁଆଦିଆ 'ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଚିଙ୍ଗୁଡି ମାଛର ରେସିପି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ଆବଶ୍ୟକ ସାମଗ୍ରୀ:

ଲାଉ, ଚିଙ୍ଗୁଡ଼ି, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ରସୁଣ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, କଟା ଟମାଟୋ, ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଲୁଣ ହଳଦୀ ଗୋଳାଇ ରଖି ଦିଅନ୍ତୁ।
  • ଏହା ପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, କଞ୍ଚା ଲଙ୍କା, କଟା ପିଆଜ, ଲୁଣ, କଟା ରସୁଣ ପକାଇ ଭାଜି ଦିଅନ୍ତୁ।
  • ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
  • ଅଳ୍ପ ସମୟ ପରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ି କଡ଼େଇରେ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।
  • ଏହା ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ।
  • କିଛି ସମୟ ପରେ ଛୋଟ ଛୋଟ ପିସ୍‌ କଟା ହୋଇ ରହିଥିବା ଲାଉକୁ ସେହି ଚିଙ୍ଗୁଡ଼ିରେ ପକାଇ ଗୋଳେଇ ଦେଇ ଢାଙ୍କୁଣି ଘୋଡ଼େଇ ଦିଅନ୍ତୁ।
  • ଲାଉରୁ ପାଣି ବାହାରି ମରିଯିବା ପରେ ସେଥିରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପି ବନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

ଅଧିକ ପଢ଼ନ୍ତୁ: କମ୍ ମସଲାରେ ଘରେ ବନାନ୍ତୁ ‘ଚିକେନ ପିଆଜ କଷା’

    OTV is now on Whatsapp

    Join and get latest news update delivered to you via whatsapp

    Join Now