• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କମ୍ ଖର୍ଚ୍ଚରେ ଘରେ ବନାନ୍ତୁ 'ଚକୋଲେଟ୍‌ ଡ୍ରାଏଫ୍ରୁଟ୍‌ ବର୍ଫି'

ଆପଣ ପୂର୍ବରୁ କ୍ଷୀର,ଖୁଆ ଓ ଛେନାରେ ବିଭିନ୍ନ ମିଠାର ରେସିପି ତିଆରି କରିଥିବେ । କିନ୍ତୁ ଆପଣ କେବେ ଚକୋଲେଟ୍ ରେ ମିଠାର ରେସିପି ପ୍ରସ୍ତୁତ କରିଛନ୍ତି । ସେଥିପାଇଂ ଆଜି ଆମେ ଆପଣଙ୍କ ପାଇଁ ଚକୋଲେଟରେ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ମିଠା ରେସିପିର ନାଁ ହେଉଛି ‘ଡ୍ରାଏଫ୍ରୁଟ୍‌ ଚକୋଲେଟ୍‌ ବର୍ଫି’ ।

‘ଡ୍ରାଏଫ୍ରୁଟ୍‌ ଚକୋଲେଟ୍‌ ବର୍ଫି’ ବନେଇବା ପାଇଁ ସାମଗ୍ରୀ:

ଘିଅ, ଖୁଆ, ମିଲ୍କ ଚକୋଲେଟ୍‌, ରୋଷ୍ଟେଡ୍‌ ଆଲମଣ୍ଡ, ଅଖରୋଟ୍‌, ଚିନି ପାଉଡର, ବ୍ରେଡ୍‌ କ୍ରମ୍ବସ୍‌, କୋକୋନଟ୍‌ ପାଉଡର, କଟା ସପୁରୀ, ରୋଷ୍ଟେଡ୍‌ କାଜୁ, ଅଳେଇଚ ଗୁଣ୍ଡ, ପିସ୍ତା ବାଦାମ, ଗୋଲାପ ଜଳ ଓ କେୱରା ଏସେନ୍ସ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ଘିଅ, ବ୍ରେଡ୍‌ କ୍ରମ୍ବସ୍‌, କୋକୋନଟ୍‌ ପାଉଡର ଓ ମିଲ୍କ ଚକୋଲେଟ୍‌କୁ ଏକ ପାତ୍ରରେ ଭଲ ଭାବେ ମିଶାନ୍ତୁ।
  • ଏଥିରେ ସପୁରୀ, ବାଦାମ, ଅଖରୋଟ୍‌, ପିସ୍ତା ଓ କାଜୁ ପକାନ୍ତୁ।
  • ଏବେ ଏଥିରେ ଚିନି ପାଉଡର, ଅଳେଇଚ ଗୁଣ୍ଡ, ଗୋଲାପ ଜଳ ଓ କେୱରା ଏସେନ୍ସ ମିଶାନ୍ତୁ।
  • ଏହି ମିଶ୍ରଣକୁ ବେକିଂ ଟ୍ରେରେ ରଖି ଓଭାନରେ ୧୫ ମିନିଟ୍‌ ଯାଏ ରଖନ୍ତୁ।
  • ଏହା ପରେ ଏହାକୁ ବାହାର କରି ଟାଣ ହେବାକୁ ଖୋଲା ଛାଡ଼ି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ ଡ୍ରାଏଫ୍ରୁଟ୍‌ ବର୍ଫି। ଏହାକୁ ମନ ପସନ୍ଦର ଆକାରରେ କାଟି ଉପରେ ଡ୍ରାଏଫ୍ରୁଟ୍ସ ସଜାଇ ସର୍ଭ କରନ୍ତୁ। ଏହି ମିଠାର ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

dry fruits chocolate barfidry fruits chocolate barfi