• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ପ୍ରାଣାଳୀରେ ବନାନ୍ତୁ  'ଚଟପଟା ଅଣ୍ଡା ତେନ୍ତୁଳି'

ଖାଇବାରେ ଖଟା ଓ ଚଟପଟା ରେସିପି ରହିଲେ ଖାଇବାର ସ୍ୱାଦ ବେଶୀ ବଢି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣ୍ଡାର ଏକ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଘରେ ଆପଣ ଏତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଚଟପଟା ଅଣ୍ଡା ତେନ୍ତୁଳି’ ବନେଇବା ପାଇଁ ସାମଗ୍ରୀ:

ଅଣ୍ଡା,ଅଦା ରସୁଣ ପେଷ୍ଟ୍‌ ତେଲ, ରିଫାଇନ,ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଟମାଟୋ ପ୍ୟୁରି, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ ଧନିଆପତ୍ର ରସ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ରଖନ୍ତୁ,ସେଥିରେ ଲୁଣ ଅଳ୍ପ ହଳଦୀ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ଅଳ୍ପ ତେଲ ପକାଇ ଅଣ୍ଡାର ଓମ୍‌ଲେଟ୍ ପ୍ରସ୍ତୁତ କରନ୍ତୁ ।
  • ଓମଲେଟ୍‌ ହେବା ପୂର୍ବରୁ ତାକୁ ନ ଓଲଟାଇ ରୋଲ ପରି କରି ଦିଅନ୍ତୁ ।
  • ଏହା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ପିସ୍‌ ପିସ୍‌ କରି କାଟି ଦିଅନ୍ତୁ ।
  • ଏହାପରେ ଚୁଲିରେ ଆଉ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ ।
  • ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ଓ ଟମାଟୋ ପ୍ୟୁରି ପକାନ୍ତୁ ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା ପକାନ୍ତୁ।
  • ଏହା ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ ।
  • ଏହା ଫୁଟି ଆସିଲେ, ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପିସ୍ ପିସ୍ କଟା ହୋଇଥିବା ଓମ୍‌ଲେଟ୍‌କୁ ପକାନ୍ତୁ ।
  • କିଛି ସମୟ ପରେ ଏହାକୁ ଚୁଲିରୁ ଓହ୍ଲାଇ ଦେଇ ଏକ ପାତ୍ରକୁ କାଢି ଏହାର ଉପରେ କଟା ଧନିଆ ପତ୍ରକୁ ପକାଇ ସଜେଇ ଦିଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଆପଣ ଗରମ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।