• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଅଳେଇଚ କଞ୍ଚା ଇଲିସି'

ଆପଣ କେବେ ଇଲିସି ମାଛର ଏହି ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଅଳେଇଚ କଞ୍ଚା ଇଲିସି’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଅଳେଇଚ କଞ୍ଚା ଇଲିସି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସାମଗ୍ରୀ, ଇଲିସି ମାଛ-୧ କେଜି, ଅଳେଇଚ-୭ରୁ୮, ତେଜପତ୍ର-୨ଟି, ହଳଦି ଗୁଣ୍ଡ-୧ ଚାମଚ, ତେଲ-୨ରୁ ୪ ଚାମାଚ, ସୋରିଷ ବଟା-ଏକ କପ୍‌, ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସେଇ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲା ପରେ ସେଥିରେ ତେଜପତ୍ର ଏବଂ ଅଳେଇଚ ପକାନ୍ତୁ ।
  • ଏହାପରେ ସେଥିରେ କଞ୍ଚା ଇଲିସି ମାଛକୁ ପକାଇ ଘୋଡାଇ ଦିଅନ୍ତୁ ।
  • ଏହାର ଦୁଇ ତିନି ମିନିଟ୍‌ ପରେ ଘୋଡଣି କାଢ଼ି ମାଛରେ ହଳଦୀ ଗୁଣ୍ଡ, ଲୁଣ ପକାନ୍ତୁ ।
  • ଏହାପରେ ସେଥିରେ ରସୁଣ,ଶୁଖିଲା ଲଙ୍କା ସହ ମିଶି ପେଷ୍ଟ ହୋଇଥିବା ସୋରିଷ ବଟା ଓ ପାଣି ଦିଅନ୍ତୁ।
  • ୮ରୁ ୧୦ ମିନିଟ୍‌ ପରେ ସେଥିରେ ଅଳ୍ପ ଚିନି ପକାଇ ଚୁଲିକୁ ବନ୍ଦ କରିଦିଅନ୍ତୁ ।
  • ଏହାପରେ ଏହାକୁ ଏକ ପ୍ଲେଟକୁ କାଢି କଟା ଧନିଆ ପତ୍ର ପକାଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ‘ଅଳେଇଚ କଞ୍ଚା ଇଲିସି ବେସର’ । ଏହି ରେସିପିଟିକୁ ଆପଣ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନୂଆ ବର୍ଷରେ ଆଜି ଏହି ରେସିପି ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।