Advertisment

କେବେ ଖାଇଛନ୍ତି ‘ଦହି ଗୋଲମରିଚ ମାଂସ

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଗୋଲମରିଚ ମାଂସ ‘ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
spicy mutton recipe

spicy mutton recipe

ମଟନ୍‌ ବା ଖାସି ମାଂସ ଖାଇବା ପାଇଁ ସମସ୍ତଙ୍କର ପସନ୍ଦ। ଏହାକୁ ଘରେ ଆପଣମାନେ ତରକାରୀ କିମ୍ବା କସା କରି ଖାଇଥିବେ। ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ପ୍ରସ୍ତୁତ କରିଥିବେ। ତେବେ ଆଜି ଆମେ ଆପଣଙ୍କୁ ଖାସି ମାଂସକୁ ନେଇ ଏକ ନୂଆ ଆଇଟମ୍‌ କହିବୁ, ଯାହାର ନାଁ ହେଲା ‘ଦହି ଗୋଲମରିଚ ମାଂସ’। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

Advertisment

‘ଦହି ଗୋଲମରିଚ ମାଂସ’ ପାଇଁ ଆବଶ୍ୟକ ସାମଗ୍ରୀ:

୧ କେଜି ଖାସି ମାଂସ,୧୦ରୁ ୧୫ଟି ଗୋଳ ମରିଚ, ୪ଟି କଟା ପିଆଜ,୨ ଚାମଚ ଅଦା ରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ୩ରୁ ୪ଟି ଶୁଖିଲା ଲଙ୍କା, ତେଲ ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଖାସି ମାଂସରେ ଲୁଣ, ବସାଦହି, ଅଦା ରସୁଣ ବଟା, ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ମ୍ୟାରିନେଟ କରି ରଖନ୍ତୁ।
  • ଅଧ ଘଣ୍ଟା ପରେ କଢ଼େଇରେ ମ୍ୟାରିନେଟ୍‌ ମାଂସ, କଟା ପିଆଜ, ଅଦାରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ, ଶୁଖିଲା ଲଙ୍କା, ବସାଦହି ଓ ତେଲ ପକାଇ ଘୋଡଣି ଘୋଡାଇ ଚୁଲି ଲଗାନ୍ତୁ ।
  • କିଛି ସମୟ ପରେ ଘୋଡଣି ବାହାର କରି ମାଂସରେ ଅଳ୍ପ ପାଣି ଦେଇ ୪୦ରୁ ୪୫ ମିନିଟ୍‌ ଯାଏଁ ସିଝିବାକୁ ଦିଅନ୍ତୁ।
  • ମଝିରେ ମଝିରେ ମାଂସକୁ ଗୋଳାଉଥା’ନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ ପ୍ରସ୍ତୁତ ହୋଇଥିବା ବସାଦହି ଗୋଲମରିଚ ମାଂସକୁ ପ୍ଲେଟକୁ କାଢ଼ି ଗରମ ଗରମ ପରସନ୍ତୁ।
Advertisment

ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ରେସିପିଟିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment