• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଆଳୁ ଲଚ୍ଛା ପରଟା’

ଶୀତଦିନେ ଗରମ ଗରମ ପରଟା ଖାଇବାର ସୁଆଦ ନିଆରା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ପରଟା । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସୁଆଦିଆ ‘ଆଳୁ ଲଚ୍ଛା ପରଟା’ । ଏହି ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଆଳୁ ଲଚ୍ଛା ପରଟା’ ବନେଇବା ପାଇଁ ସାମଗ୍ରୀ:

ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ପରିବା (ଗାଜର, ଟମାଟୋ, ବିନ୍ସ, କ୍ୟାପସିକମ୍), କଟା କଞ୍ଚା ଲଙ୍କା, ଜୁଆଣି, ଲଙ୍କାଗୁଣ୍ଡ, କଟା ଧନିଆ ପତ୍ର ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ।
  • ଏବେ ଏହି ଆଳୁକୁ ଏକ ପାତ୍ରରେ ଗ୍ରେଟ୍‌ କରି ରଖନ୍ତୁ।
  • ଏହାପରେ ଏଥିରେ ବେସନ, ଅଦା ରସୁଣ ପେଷ୍ଟ ପକାନ୍ତୁ ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା କଞ୍ଚା ଲଙ୍କା, ଜୁଆଣି, ଲୁଣ ଓ କଟା ଧନିଆ ପତ୍ର ପକାଇ ବିନା ପାଣିରେ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହା ପରେ ଚୁଲିରେ ଏକ ତାୱା ଗରମ କରନ୍ତୁ।
  • ତାୱାରେ ଅଳ୍ପ ତେଲ ଦେଇ ଚାରିଆଡ଼କୁ ଖେଳାଇ ଦିଅନ୍ତୁ।
  • ତେଲ ଗରମ ହେବା ପରେ ଆଳୁ ମିଶ୍ରଣକୁ ମୋଟା ପିଠା ପରି ଖେଳାଇ ପକାନ୍ତୁ।
  • ଏହା ଉପରେ କଟା ପରିବକୁ ଖେଳାଇ ପକାନ୍ତୁ।
  • କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ।
  • ଦୁଇପାର୍ଶ୍ୱ ହାଲକା ଲାଲ୍‌ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଆଳୁ ଲଚ୍ଛା ପରଟା’। ଏହି ‘ଆଳୁ ଲଚ୍ଛା ପରଟା’ ରେସିପିକୁ ଚଟଣି କିମ୍ବା ସସ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Aloo lachha parathaAloo lachha paratha