• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୋଗ ଆଜି ଏକ ଆନ୍ଦୋଳନ ପାଲଟିଛି । ଯୋଗ ପୂରା ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି । ଆମେରିକାରୁ ବିଶ୍ୱବାସୀଙ୍କୁ ଉଦବୋଧନ ଦେଇ ଯୋଗ ସଂପର୍କରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ପରସ୍ପରକୁ ଯୋଡ଼ି ଥାଏ, ତାହାହିଁ ଯୋଗ । ଯୋଗରୁ ସୁସ୍ଥତା, ସାମର୍ଥ୍ୟ ଓ ଆୟୁଷ ଉପଲବ୍ଧ ହୋଇଥାଏ । ଭାରତ ସର୍ବଦା ଯୋଡ଼ିବା ପରମ୍ପରାରେ ବିଶ୍ୱାସ ରଖିଥାଏ । ପ୍ରତିରୋଧ ଓ ଗତିରୋଧରେ ପରିସମାପ୍ତି ଘଟାଏ ଯୋଗ । ଯୋଗ ଯୋଗୁଁ ପାରସ୍ପରିକ ଅନ୍ତର୍ବିରୋଧ ପରିସମାପ୍ତି ଘଟିଥାଏ ।

କେବଳ ଏତିକି ନୁହେଁ ଭାରତର ବିବିଧତାକୁ ଯୋଗ ସମୃଦ୍ଧ କରିଛି। ଭାରତର ଆହ୍ୱାନରେ ଯୋଗ ଦିବସ ପାଳନ ଲାଗି ୧୮୦ରୁ ଅଧିକ ଦେଶ ଆଗକୁ ଆସିବା ଐତିହାସିକ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ଆମେରିକା ଗସ୍ତରେ ଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ..

ଅଧିକ ପଢ଼ନ୍ତୁ: କିଏ ଆରମ୍ଭ କରିଥିଲେ ଯୋଗ; ଆଜି କାହିଁକି ପାଳନ ହେଉଛି ଯୋଗ ଦିବସ

ସେପଟେ କେବଳ ଦେଶରେ ନୁହେଁ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ପାଳନ ହେଉଛି ଯୋଗ ଦିବସ । ବିଶ୍ୱକୁ ଭାରତର ସୁନ୍ଦର ଉପହାର ହେଉଛି ‘ଯୋଗ’। ପ୍ରାୟ ୫ ହଜାର ବର୍ଷ ତଳୁ ଏହା ଆରମ୍ଭ ହୋଇଥିବା କୁହାଯାଏ । ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀର ମିଳନର ମାଧ୍ୟମ ଏହି ଯୋଗ। ଏହା ଉଭୟ ମନ ଓ ଦେହକୁ ଫିଟ୍ ରଖେ । ଆଗରୁ କେବଳ ସାଧୁସନ୍ଥଙ୍କ ମଧ୍ୟରେ ଏହା ସୀମିତ ରହିଥିଲା । ସମୟ କ୍ରମେ ଏହା ଘରେ ଘରେ ପହଞ୍ଚିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ପରେ ୨୦୧୪ରୁ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ସାରା ବିଶ୍ବରେ ପାଳନ କରାଯାଉଛି । ଏହାକୁ ଜାତିସଂଘର ମଧ୍ୟ ସ୍ୱୀକୃତି ମିଳିଥିଲା । ସେହି ଦିନଠାରୁ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି ।