• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ । ପ୍ରତି ବର୍ଷ ଜୁନ୍‌ ୧୨ ତାରିଖକୁ ଏହି ଦିବସ ରୂପେ ପାଳନ କରାଯାଏ । କିପରି ବିଶ୍ୱରୁ ଶିଶୁ ଶ୍ରମିକ ଦୂର କରାଯାଇପାରିବ ସେଥିପାଇଁ ଏହି ଦିବସକୁ ପାଳନ କରାଯାଇଛି । ଜାତିସଂଘର ସୂଚନା ଅଧାରରେ ଯଦି ଶିଶୁ ଏବଂ ଶ୍ରମିକମାନେ ମୂଳ କାରଣ ଉପରେ ଧ୍ୟାନ ଦିଅନ୍ତି ଏବଂ ସାମାଜିକ ନ୍ୟାୟ ଓ ଶିଶୁ ଶ୍ରମ ପରସ୍ପର ସହ ଜଡିତ ହୁଅନ୍ତି ତେବେ ବିଶ୍ୱରୁ ଶିଶୁ ଶ୍ରମକୁ ଦୂର କରାଯାଇପାରିବ ।

ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ୨୦୨୩ ଥିମ୍‌

ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ବିଷୟବସ୍ତୁ ହେଉଛି 'ସମସ୍ତଙ୍କ ପାଇଁ ସାମାଜିକ ନ୍ୟାୟ । ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ କର !' । ଚଳିତ ବର୍ଷ ଆମେ ଶିଶୁ ଶ୍ରମ ବିରୋଧରେ ୨୧ ତମ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରୁଛୁ । ପ୍ରାୟ ଦୁଇ ଦଶନ୍ଧି ଧରି ଶିଶୁ ଶ୍ରମିକ ହ୍ରାସ କରିବା ଉପରେ ସତର୍କ କରାଯାଉଛି । ତଥାପି, ଦେଶର ଅନେକ ସ୍ଥାନରେ ଶିଶୁ ଶ୍ରମିକ ରହିଥିବା ନଜିର ରହୁଛି । ଦାରିଦ୍ର୍ୟ ଏବଂ COVID-19 ମହାମାରୀ କିଛି ଗରିବ ପରିବାରର ପିଲାମାନଙ୍କୁ ଶିଶୁ ଶ୍ରମିକ କରିବାକୁ ବାଧ୍ୟ କରିଛି ।

ଶିଶୁ ଶ୍ରମିକ ବିଶ୍ୱରେ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଏହି ସମସ୍ୟାର ସମାଧାନ କରିବା ନିହାତି ଆବଶ୍ୟକ । ଶିଶୁ ଶ୍ରମିକ ପାଲଟିଥିବା ପିଲାମାନଙ୍କୁ ସେମାନଙ୍କ ଅଧିକାର ଏବଂ ସେମାନଙ୍କ ପିଲାଦିନ ଫେରାଇଦେବା ଆବଶ୍ୟକତା ରହିଛି । ଶିଶୁ ଶ୍ରମିକ ପରି ଅମାନୁଷିକ ଅଭ୍ୟାସକୁ ବିଲୋପ କରିବାର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଦିନକୁ ପାଳନ କରାଯାଉଛି ।

ମିଳିତ ଜାତିସଂଘର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ବିଶ୍ୱରେ ପ୍ରାୟ ୧୬୦ ମିଲିୟନ ଶିଶୁ ଶ୍ରମରେ ଜଡିତ ଅଛନ୍ତି । ଯାହାକି ୧୦ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଶ୍ରମିକ ଅଟନ୍ତି ।

୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ଶିଶୁ ଶ୍ରମ ୮୫.୫ ମିଲିୟନ ହ୍ରାସ ପାଇ ୧୬ ପ୍ରତିଶତରୁ ୯.୬ ପ୍ରତିଶତକୁ ହ୍ରାସ ପାଇଛି । ବିଶ୍ୱରେ କେବଳ ୨୬.୪ ପ୍ରତିଶତ ପିଲା ସାମାଜିକ ସୁରକ୍ଷାର ସଠିକ୍‌ ସୁବିଧା ପାଉଛନ୍ତି |