୪୫ ଦିନିଆ ମହାକୁମ୍ଭର ସାକ୍ଷୀ ବନିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ। ଏଥିପାଇଁ ସୁରକ୍ଷା ଛାଉଣୀରେ ସାରା ଉତ୍ତର ପ୍ରଦେଶ। ସଙ୍ଗମ ନଗରୀ ପ୍ରୟାଗରାଜରେ ତ ହାଇ ସିକ୍ୟୁରିଟି । ବୁଡ ପକାଇବାକୁ ସାରା ଦୁନିଆରୁ ଧାଇଁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର ।
Also Read
ପାଣି ଭିତରେ ଡ୍ରୋନ୍ । AI କ୍ୟାମେରା । NSG କମାଣ୍ଡୋ । ଦୁର୍ଲଭ ମହାକୁମ୍ଭ ମହାମେଳାର ସାକ୍ଷୀ ବନିବାକୁ ଥିବା ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର। ଜଳ, ସ୍ଥଳ, ଆକାଶ ସବୁଠି ଟାଇଟ୍ ସିକ୍ୟୁରିଟି । ପ୍ରଥମଥର ପାଇଁ ବ୍ୟବହାର ହୋଇଛି ଅଣ୍ଡର ୱାଟର ଡ୍ରୋନ୍। ତ୍ରିବେଣୀ ସଙ୍ଗମ ଅଂଚଳର ପାଣିରେ ଶହେ ମିଟର ଯାଏଁ ଘୁରି ବୁଲୁଛି HD କ୍ୟାମେରା ଖଞ୍ଜିତ ଏକାଧିକ ଡ୍ରୋନ୍ । ୧୨୦ ମିଟର ଉପରକୁ ଉଡି ଛଞ୍ଚାଣ ଭଳି ନଜର ରଖିଛି ଟେଥର୍ଡ ଡ୍ରୋନ୍ । ଭିଡ ନିୟନ୍ତ୍ରଣ ସହ ଜରୁରୀକାଳୀନ ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଏହାକୁ ମୁତୟନ କରାଯାଇଛି । ଏଣ୍ଟ୍ରି ପଏଣ୍ଟରେ ଫେସିଆଲ୍ ରିକଗନିସନ୍ ଟେକ୍ନୋଲୋଜି ସହ ସହର ସାରା ଲାଗିଛି ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଦକ୍ଷତା ଭିତ୍ତିକ ୨୭ଶହ କ୍ୟାମେରା। ସାଇବର ଅପରାଧ ଓ ଅନଲାଇନ୍ ଧମକ ଭଳି ଘଟଣାର ତଦାରଖ କରୁଛନ୍ତି ୫୬ ଜଣିଆ ସାଇବର ଟିମ୍ ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ତୀର୍ଥଯାତ୍ରୀଙ୍କ ପାଇଁ AI ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ବିନା ଝିନଝଟରେ ରହୁଛି ଗାଡ଼ି
ମହାକୁମ୍ଭ ମେଳା ସ୍ଥଳରେ ସାଧୁ-ସନ୍ଥ, ଶ୍ରଦ୍ଧାଳୁ ଜନସମୁଦ୍ର । ତା ଭିତରେ ଘୋଡାରେ ଚାଲିଛି ତୁହାକୁ ତୁହା ପାଟ୍ରୋଲିଂ । ମେଳା ସ୍ଥଳରେ ଘୁରି ବୁଲୁଛନ୍ତି NSG କମାଣ୍ଡୋ । ଜଣ ଜଣଙ୍କ ଗତିବିଧି ଉପରେ ରହିଛି ନଜର । ପାଣି ଭିତରେ ଖୋଲିଛି ଭାସମାନ ଥାନା। ଆଇନ ଶୃଙ୍ଖଳା ଉପରେ ଅହରହ ଆଖି ରଖିଛି ୟୁପି ପୋଲିସ ।
ତୀର୍ଥରାଜ ପ୍ରୟାଗରେ ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ହୋଇଛି ଦେଢ ଲକ୍ଷ ଟେଣ୍ଟ । ଶୃଙ୍ଖଳିତ ବୁଡ ପକାଇବା ସହ ସଙ୍ଗମ ସ୍ଥଳକୁ ଯାଆସ ପାଇଁ ନିର୍ମାଣ ହୋଇଛି ଭାସମାନ ବ୍ରିଜ୍ । ଷ୍ଟେସନ ଓ ବସଷ୍ଟାଣ୍ଡରୁ ଚାଲୁଛି ଶତାଧିକ ଇ-ବସ୍ । ୯୨ଟି ରୋଡ୍ ମରାମତି କରି ନୂଆ ରୂପ ଦିଆଯାଇଛି, ନୂଆ କରି ନିର୍ମାଣ ହୋଇଛି ୩୦ଟି ବ୍ରିଜ୍ । କୁମ୍ଭ ମେଳା ପାଇଁ ଭାରତୀୟ ରେଲୱେ ପକ୍ଷରୁ ଯାତ୍ରା କରୁଛି ୯୮ଟି ନୂଆ ସ୍ପେଶାଲ କୁମ୍ଭ ଟ୍ରେନ୍ । ମହାକୁମ୍ଭର ମହା ଆୟୋଜନ ପାଇଁ ସରକାରଙ୍କୁ ପ୍ରଶଂସା କରିଛନ୍ତି ଦେଶ ବିଦେଶର ଶ୍ରଦ୍ଧାଳୁ । ମହାକୁମ୍ଭରେ ୪୫ ଦିନିଆ ମହା ଉତ୍ସବ, ଆସିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ। ଏଥର ନୂଆ ରେକର୍ଡ ରଚିବ ବିଶ୍ବର ଏହି ସବୁଠୁ ବଡ ଧାର୍ମିକ ଆୟୋଜନ ।