Durga Puja
ବେଦ ପାଠ ଚାଲିଛି, ଝାଂଜ ମୃଦଙ୍ଗ ବି ବାଜୁଛି । ବେଶ୍ ଆଡମ୍ବରର ସହ ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଉ ମାଆଙ୍କୁ ପୂଜା କରୁଛନ୍ତି ବେଦ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇଠି ମାଆଙ୍କ ଘଟର ହୁଏ ନାହିଁ ବିସର୍ଜନ । ଅର୍ଥାତ୍ ଏଇଠି ସବୁଦିନ ମାଆ ମହିଷାମର୍ଦ୍ଧିନି ରୂପରେ ପୂଜା ପାଆନ୍ତି ମାଆ ଦୁର୍ଗା ।
ଦଶହରା ଆସେ ଆଉ ଚାଲିଯାଏ, ହେଲେ ମାଆଙ୍କର ଏଇଠି ଘଟ ବିସର୍ଜନ ହୁଏନି । ପୁଣି ତହିଁ ଆରଦିନ ସବୁଦିନ ପରି ମାଆ ଠିକ ଏହି ବେଶରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ସବୁଠୁ ବଡ କଥା ହେଉଛି ବେଦ ବିଦ୍ୟାଳୟର ଏଇ କୁନିକୁନି ଶୀକ୍ଷାର୍ଥୀମାନେ ମାଆଙ୍କର ପ୍ରତିଦିନ ସବୁ ସେବାନୀତି କରନ୍ତି । ତେବେ ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ଅଧିକ ପଢନ୍ତୁ: ସରିଲା ମାଆଙ୍କ ଲୀଳାଖେଳା, ଏବେ ବିଦାୟ ବେଳା
(ରିପୋର୍ଟ- ମନୋଜ ଆଚାର୍ଯ୍ୟ,ସାଲେପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Durga_Puja_1665058075.jpg)