• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ କିଛି ସମୟ ପରେ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ । ଏହି ଆଂଶିକ ସୂର୍ଯ୍ୟୋପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ । ତେବେ ଭୁବନେଶ୍ୱର ରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ । ଏହି ମହାଜାଗତିକ ଦୃଶ୍ୟ ଏଠି ଘୋଡ଼େଇ ହେବ ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ।

ତେବେ ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . .

Special storyସୂର୍ଯ୍ୟୋପରାଗର କେତେବେଳେ ଲାଗିବ ?
Special storyସୂର୍ଯ୍ୟୋପରାଗ

 

Special storyସୂର୍ଯ୍ୟୋପରାଗ

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ, ସେଠାରେ ସୂର୍ଯ୍ୟୋପରାଗ ଦେଖାଯାଏ । ତେବେ ସୂର୍ଯ୍ୟକୁ କଦାପି ଖାଲି ଆଖିରେ ନଦେଖିବାକୁ ସତର୍କ କରିଛନ୍ତି ବୈଜ୍ଞାନିକ । ଖାଲି ବିଜ୍ଞାନ ନୁହେଁ, ବିଶ୍ୱାସରେ ବି ରହିଆସିଛି ସୂର୍ଯ୍ୟୋପରାଗର ବଡ଼ ଭୂମିକା ।

ଅଧିକ ପଢ଼ନ୍ତୁ: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ: ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଜ୍ୟୋତିର୍ବିଦଙ୍କ ମତରେ, ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି । ସୂର୍ଯ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି ।