Advertisment

Saraswati Puja: ଅନୁମତି ମିଳିଲାନି, ସ୍କୁଲ ଗେଟ୍‌ ପାଖରେ ପୂଜା କଲେ ଛାତ୍ରଛାତ୍ରୀ

ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ।

ଅଦ୍ୟତନ ହୋଇଛି
Puja

Puja

Advertisment

ସ୍କୁଲରେ ବାଗ୍‌ଦେବୀଙ୍କ ପୂଜା କରିବା ପାଇଁ ଅନୁମତି ମିଳିଲା ନାହିଁ। ତେଣୁ ସ୍କୁଲ୍‌ ଗେଟ୍‌ ପାଖରେ ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଏପରି ଚିତ୍ର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ। ତେଣୁ ଅଭିଭାବକ ଓ ପିଲାମାନେ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଟେଣ୍ଟ ବାନ୍ଧି ମେଢ଼ କରିଛନ୍ତି। ଆଉ ବାଗ୍‌ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ରୀତିନୀତି ଅନୁସାରେ  ପୂଜା କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ସମଗ୍ର ଦେଶରେ ବାଗ୍‌ଦେବୀଙ୍କ ଆରାଧନା କରାଯାଉଥିବା ଏହି ବିଦ୍ୟାଳୟରେ କାହିଁକି ହେଉନି? ଏନେଇ ସ୍କୁଲ ସଭାପତି ଚନ୍ଦନ କୁମାର ଦାସ କହିଛନ୍ତି, ସ୍କୁଲ୍‌ଟି ସଂଖ୍ୟା ଲଘୁ ବର୍ଗରେ ରହିଥିବାରୁ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷାଅଧିକାରୀ ଅନୁମତି ଦେଲେନି। ତେଣୁ ଆମେ ପିଲାଙ୍କୁ ନେଇ ଗେଟ୍‌ ବାହାରେ ପୂଜା କରୁଛୁ। କିନ୍ତୁ ସରକାରୀ କାଗଜପତ୍ରରେ ସଂଖ୍ୟା ଲଘୁ ବର୍ଗରେ ସ୍କୁଲ ଥିବା ଲେଖାଯାଇ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିଏ ଦେବୀ ସରସ୍ୱତୀ ? ବ୍ରହ୍ମାଙ୍କ କନ୍ୟା ନା ପତ୍ନୀ !

ଆଉ ଜଣେ ଅଭିଭାବକ ତରୁଣ ପଟ୍ଟନାୟକ କହିଛନ୍ତି, ସ୍କୁଲରେ ପୂଜା କରାଯିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏପରିକି ନିମନ୍ତ୍ରଣ କାର୍ଡ ପ୍ରିଣ୍ଟ କରାଯାଇ ବଣ୍ଟା ଯାଇଥିଲା। ତେବେ ହଠାତ୍‌ ଡିଇଓ ସ୍କୁଲରେ ପୂଜା ବନ୍ଦ କରିଦେଲେ। ସଂଖ୍ୟା ଲଘୁ ସ୍କୁଲର ବାହାନା କରି ସେ ପୂଜା ବନ୍ଦ କରିଛନ୍ତି। ଏନେଇ ପୋଲିସ୍‌କୁ ମଧ୍ୟ ସୂଚନା ଦେଇଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ସ୍କୁଲଟି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ନାଁରେ ରହିଛି। ତେଣୁ କେଉଁ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂଜା ବନ୍ଦ କଲେ, ତାହା ଜଣାପଡ଼ୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦେବୀ ସରସ୍ୱତୀଙ୍କୁ ନେଇ ମନରେ ଆସୁଥିବା ପାଞ୍ଚଟି ପ୍ରଶ୍ନ ଓ ତା’ର ଉତ୍ତର

Advertisment

ଅନ୍ୟପକ୍ଷରେ ଡିଇଓ ପ୍ରାଚୀ ତନୟା ଗିରି କହିଛନ୍ତି, ସେହି ସ୍କୁଲ ଦୁଇଟି ସଂଖ୍ୟା ଲଘୁ ସ୍କୁଲ। ତେଣୁ ସେଠାରେ ପୂଜା କରାଯାଏ ନାହିଁ। ପୂର୍ବରୁ ମଧ୍ୟ କେବେ ହେଲେ ପୂଜା କରାଯାଇ ନାହିଁ। ସେଠାରେ ପୂଜା କରାଗଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ତହସିଲଦାର ଓ ଆଇଆଇସି ଫୋନ୍‌ କରି କହିଥିଲେ। ତେଣୁ ପୂଜା ବନ୍ଦ କରାଯାଇଛି। ଯଦି କିଛି ନୂଆ ପରମ୍ପରା ସୃଷ୍ଟି କରିବାକୁ ଚାହୁଁଛନ୍ତି, ତାହାହେଲେ ଗାଁ ଲୋକମାନେ ବସି ନିଷ୍ପତ୍ତି ନେବେ ବୋଲି ଡିଇଓ କହିଛନ୍ତି।

Balasore Saraswati Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ