/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683258548.jpg)
Budha Purnima
୫ ମେ’ ୨୦୨୩ ଅର୍ଥାତ ଆଜି, ବୁଦ୍ଧ ପୂର୍ଣ୍ଣିମା । ପ୍ରାୟ ୧୩୦ ବର୍ଷ ପରେ ଏଥର ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି । ତେବେ ଚଳିତ ବର୍ଷ ଏହି ବୁଦ୍ଧ ପୁର୍ଣ୍ଣିମାଠାରୁ ବା ବୈଶାଖ ପୁର୍ଣ୍ଣିମାଠାରୁ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ସେହି ରାଶି ବିଷୟରେ ଆଜି ଆମେ ଆଲୋଚନା କରିବା ।
ବୈଶାଖ ପୂର୍ଣ୍ଣିମା ତିଥି ୪ ମେ’ ୨୦୨୩ ସକାଳ ୧୧.୪୪ରୁ ଆରମ୍ଭ ହୋଇ ଏହା ୫ ମେ’ ୨୦୨୩ ରେ ରାତି ୧୧.୦୩ ପର୍ଯ୍ୟନ୍ତ ରହିବ । ଏହି ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୦୮.୪୫ ରେ ଆରମ୍ଭ ହୋଇ ରାତି ୧ରେ ଶେଷ ହେବ । ଏହା ହେଉଛି ଛାୟା ଚନ୍ଦ୍ରଗ୍ରହଣ ।
ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମଦିନକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ତାଙ୍କୁ ଅଲୌକିକ ଜ୍ଞାନର ପ୍ରପ୍ତି ହୋଇଥିଲା । ପଞ୍ଚାଙ୍ଗ ଅନୁସାରେ ୧୩୦ ବର୍ଷ ପରେ ଆଜି ବୁଦ୍ଧ ପୂର୍ଣ୍ଣିମା ଦିନ ହିଁ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହା ଅଲୌକିକ ଏବଂ ବିରଳ । ଏହି ଛାୟା ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ତେବେ ଭାରତରେ ଏହାର ପ୍ରଭାବ ଦେଖାଯିବ ନାହିଁ ।
ତେବେ ଏହି ବୁଦ୍ଧ ପୁର୍ଣ୍ଣିମାଠାରୁ ମକର, ସିଂହ, ମିଥୁନ, ମୀନ, କୁମ୍ଭ ଆଦି ରାଶିର ବ୍ୟକ୍ତି ବିଶେଷ ବିଶେଷ ଲାଭବାନ ହେବେ । ଆଜିଠାରୁ ସେମାନଙ୍କ ଶୁଭବେଳା ଆରମ୍ଭ ହେଉଛି । ମକର ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟରରେ ଉନ୍ନତି ହେବ । ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତିର ସୁଯୋଗ ରହିଥିବା ବେଳେ ସୁଖ ସମୃଦ୍ଧି ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଚାକିରି କ୍ଷେତ୍ରରେ ଉନ୍ନତି ହେବ । କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଭଲ ଆମଦାନୀର ଯୋଗ ରହିଛି ।
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ମଧ୍ୟ ସାବ୍ୟସ୍ତ ହୋଇପାରେ । ଏଥିରେ ବିଛା, ବୃଷ, କର୍କଟ ଏବଂ କନ୍ୟା ରାଶି ସାମିଲ ରହିଛି । ମେଷ ଏବଂ ତୁଳା ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟ ସାବଧାନ ରହିବାକୁ ହେବ । ଚନ୍ଦ୍ରଗ୍ରହଣ ଦିନଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ସବୁ ରାଶିର ବ୍ୟକ୍ତି ମାନେ ଚାପଗ୍ରସ୍ତ ରହିବେ, ନାନା ସମସ୍ୟାର ସମ୍ମୁଖୀନ ହେବେ । ମାନସିକ ଚିନ୍ତା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)