• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନି ଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ । ତେବେ ଶୃଙ୍ଖଳିତ ସୁନାବେଶ ଦର୍ଶନ ନେଇ କଡ଼ାକଡ଼ି ଟ୍ରାଫିକ୍ ବ୍ୟବସ୍ଥା ହୋଇଛି । ଏସମ୍ପର୍କରେ ଏଡିଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

'ଗତବର୍ଷ ଅପେକ୍ଷା ୨୫-୩୦% ଅଧିକ ଶ୍ରଦ୍ଧାଳୁ ଆସିବା ସମ୍ଭାବନା ରହିଛି । ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡ୍ରୋନ୍ ନିୟୋଜିତ କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୨ ଚକିଆ ଯାନଗୁଡ଼ିକ ପାଇଁ ଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା ହୋଇଛି । ଯାନଗୁଡ଼ିକ ମାଳତୀପାଟପୁର-ବାଟଗାଁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଯିବେ । ତେବେ ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହେଲେ ମାଟିତୋଟା, ମଶାଣିଚଣ୍ଡୀରେ ପାର୍କିଂ କରିବେ ୨ ଚକିଆ ଚାଳକ ।

ଅନ୍ୟପଟା ପୁରୀ ରେଳ ଷ୍ଟେସନରୁ ଶ୍ରଦ୍ଧାଳୁ ଓହ୍ଲାଇଲେ ଅଟୋ, ସଟଲ୍‌ ବସ୍‌ରେ ଆସିବାର ବ୍ୟବସ୍ଥା ହୋଇଛି । ସେହିପରି ଅଟୋରେ ଆସିଲେ ଜିଲ୍ଲା ସ୍କୁଲ, ବସ୍‌ରେ ଆସିଲେ ଅର୍ବାନ ହାଟରେ ଓହ୍ଲାଇ ପାରିବେ । ଭୁବନେଶ୍ୱରରରୁ ଯାଉଥିବା ୪ ଚକିଆ ଯାନ ଗୁଡ଼ିକ ମାଳତୀପାଟପୁର-ଆର୍‌ଓବି ରୁଟ୍‌ ଦେଇ ଯିବେ । ‘ସଂ ସ୍କୃତ ୟୁନିଭର୍ସିଟି, ହେଲିପ୍ୟାଡ୍‌ରେ ୪ ଚକିଆ ପାର୍କିଂ ବ୍ୟବସ୍ଥା ହୋଇଛି ।

ଟୁରିଷ୍ଟ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ଅନ୍ୟ ବସ୍‌ ତାଳବଣିଆରେ ପାର୍କିଂ କରାଯିବ । କେବଳ ଏତିକି ନୁହେଁ, ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବସ୍ଥା ରହିଛି ।