Advertisment

ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା; ଆଜି ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ...

ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
Niladri Bije 2024 of Lord Jagannath

Niladri Bije of Lord Jagannath

ବଡ଼ଦାଣ୍ଡରେ ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା। ଆଜି ନୀଳକନ୍ଦର ଫେରିବେ ନୀଳମଣି। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ। ରଥାରୁଢ଼ ଚତୁର୍ଦ୍ଧାମୂତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିବେ। 

Advertisment

ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଯାତ୍ରା କରିଥିଲେ। ସାଙ୍ଗରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନେଇ ନଥିଲେ । ଏଥିପାଇଁ ସେ ଅଭିମାନ କରିଛନ୍ତି।

Niladri Bije 2024 Live Updates: ନିଳାଦ୍ରି ବିଜେର ଟିକିନିକି ଖବର ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

Advertisment

    ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଜୟ ବିଜୟ ଦ୍ବାରରେ ମହାଲକ୍ଷ୍ମୀଙ୍କର ଅଭିମାନକୁ ଭଞ୍ଜନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପାଟ ଶାଢି ସହ ରସଗୋଲା ଦେବାର ବିଧି ରହିଛି। ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ପ୍ରବେଶ କରି ଥାଆନ୍ତି। ଶ୍ରୀଜିଉଙ୍କ ପତିତପାବନ ଯାତ୍ରାର ଶେଷ ଦିନକୁ ନୀଳାଦ୍ରିବିଜେ କୁହାଯାଏ। ଗତକାଲି ଶ୍ରୀକ୍ଷେତ୍ରରେ ତିନି ରଥ ଉପରେ ଶ୍ରୀଜିଉମାନଙ୍କର ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। 

    ତେବେ ଆଜି ହେଉଛି ରସଗୋଲା ଦିବସ। ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ଦଶମ ରସଗୋଲା ଦିବସ। ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନୀଳାଦ୍ରିବିଜେ ଦିନ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ। ରସଗୋଲା କାହାର ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ହେଲା। ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା। 

    ପଢନ୍ତୁ ଏହି ଖବର: Ratha Jatra 2024: କିପରି ହୁଏ ଅଧରପଣା ନୀତି; ଜାଣନ୍ତୁ ଏଥିରେ ମିଶେ କେଉଁ ସାମଗ୍ରୀ

      ପଢନ୍ତୁ ଏହି ଖବର: Ratha Jatra 2024: ନୀଳାଦ୍ରିବିଜେରେ ସରେ ଜନ୍ମବେଦି ଲୀଳା; ଏମିତି ହୁଏ ଲକ୍ଷ୍ମୀ-ନାରାୟଣ କଳି

        Puri Lord Jagannath Niladri Bije Rath Yatra Puri Rath Yatra
        Advertisment
        Advertisment