Advertisment

Niladri Bije 2024 Live Updates: ସରିଲା ଦିବ୍ୟଲୀଳା...ରତ୍ନ ସିଂହାସନକୁ ବିଜେ କଲେ ମହାପ୍ରଭୁ

ବଡ଼ଦାଣ୍ଡରେ ସରିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦର ଫେରିଲେ ନୀଳମଣି।

author-image
Sonali Ojha
ଅଦ୍ୟତନ ହୋଇଛି
New Update
Niladri Bije 2024 Live Updates From Puri

Niladri Bije

ବଡ଼ଦାଣ୍ଡରେ ସରିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦର ଫେରିଲେ ନୀଳମଣି। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଅନ୍ତିମ ପର୍ବ ନୀଳାଦ୍ରିବିଜେ । ରଥ ଉପରୁ ରତ୍ନସିଂହାସନକୁ ବିଜେ କରିଛନ୍ତି ମହାପ୍ରଭୁ। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିଛନ୍ତି। ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କର ପହଣ୍ଡି। ଏହି ନୀଳାଦ୍ରିବିଜେର ଟିକିନିଖି ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ  otvkhabar.in 

Advertisment
  • Jul 20, 2024 08:17 IST

    ନୀଳକନ୍ଦରକୁ ବିଜେ କଲେ ଚକାଡ଼ୋଳା..

    ସରିଲା କାଳିଆର ରଥଲୀଳା । ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ। ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳକନ୍ଦର ବିଜେ କରିଛନ୍ତି ପ୍ରଭୁ ଚକାଡ଼ୋଳା । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବାର ଦୃଶ୍ୟ ଦେଖି କୃତ୍ୟ କୃତ୍ୟ ହୋଇଥିଲେ । ସମସ୍ତଙ୍କ ଆଖିରେ ଖୁସିର ଲୁହ ଝରି ଆସିଥିଲା ବେଳେ ଶ୍ରୀଜିଉଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟ ମନେ କରିଥିଲେ । ଅଧିକ ପଢନ୍ତୁ...



  • Jul 19, 2024 23:20 IST

    ବାହାରିଲେଣି ଭଉଣୀ ସୁଭଦ୍ରା...ଶୂନ୍ୟ ପହଣ୍ଡିରେ ବିଜେ କରିବେ ଶ୍ରୀମନ୍ଦିର



  • Jul 19, 2024 23:20 IST

    ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ମାଆ ସୁଭଦ୍ରାଙ୍କ । ଆରମ୍ଭ ହେଲା ପହଣ୍ଡି



  • Jul 19, 2024 22:45 IST

    'ଆସିଲେଣି ବଡ଼ ଭାଇ କୁଆଡ଼େ ଗଲେ ହଟିଆ ଠାକୁର ?' ଚାହିଁଛନ୍ତି ମା ମହାଲକ୍ଷ୍ମୀ....



  • Jul 19, 2024 22:45 IST

    ଜଗିଛନ୍ତି ମାଆ ସାଆନ୍ତାଣୀ... ଆଜି କେମିତି ମନ୍ଦିରକୁ ଯିବେ ମହାପ୍ରଭୁ?



  • Jul 19, 2024 22:44 IST

    ଆଜି ପରା ରସଗୋଲା ଦିବସ... ଚାଲ ବୁଲି ଆସିବା ପାହାଳ



  • Jul 19, 2024 22:44 IST

    ଜଗାକୁ ଦେଖାନା ମଲ୍ଲି ମାଳ



  • Jul 19, 2024 22:44 IST

    ଲକ୍ଷ୍ମୀଙ୍କ କଥା ଭାବି ମୁରୁକି ମୁରୁକି ହସୁଛନ୍ତି ମହାପ୍ରଭୁ



  • Jul 19, 2024 22:43 IST

    ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବୁଲି ଦେଖୁଛନ୍ତି



  • Jul 19, 2024 22:42 IST

    ଚାଲିଛି ଭବ୍ୟ ପହଣ୍ଡି.. ଗୁମୁଟ ଭେଦି ସିଂହଦ୍ୱାର ଅଭିମୁଖେ ବଡ଼ବାଡ଼ ସାମନ୍ତ ବଳଭଦ୍ର



  • Jul 19, 2024 22:42 IST

    ଚାଲିଛି ପବିତ୍ର ନୀଳାଦ୍ରି ବିଜେ..ବାଇଶି ପାହାଚରେ ପହଞ୍ଚି ଗଲେଣି ବଡ଼ଠାକୁର



  • Jul 19, 2024 22:41 IST

    ଆମ ବଡ଼ବାଡ଼ ମଣିମା, ରଥରୁ ବିଜେ କରୁଛନ୍ତି ରତ୍ନବେଦୀକୁ



  • Jul 19, 2024 22:13 IST

    ଝୁଲି ଯାଉଛି ଟାହିଆ...ଝଲସି ପଡ଼ୁଛି ସୌମ୍ୟ ଧବଳମୁଖ



  • Jul 19, 2024 22:12 IST

    ସରିଲା ଘଷା ବିଡ଼ିଆ ମଣୋହି.. ଆରମ୍ଭ ହେଲା ବଡ଼ବାଡ଼ ସାମନ୍ତ ବଡ଼ ଠାକୁରଙ୍କ ପହଣ୍ଡି



  • Jul 19, 2024 21:57 IST

    🔴NILADRI BIJE LIVE | ନୀଳାଦ୍ରି ବିଜେ ସିଧାପ୍ରସାରଣ



  • Jul 19, 2024 21:57 IST

    ମହାପ୍ରଭୁଙ୍କ ଠାରେ ଲାଗି ହେଉଛି ତୁଳସୀ, ନୀଳଚକ୍ରରେ ନେତ ବାନ୍ଧି ଆସିଲେ ଚୁନରା ସେବାୟତ



  • Jul 19, 2024 21:47 IST

    ମୁଁ ଆଜି ନାଚିବି...



  • Jul 19, 2024 21:45 IST

    ସିଏ ପା ରସିକ ଶେଖର... ରସଗୋଲା ଖୁଆଇବେ...



  • Jul 19, 2024 21:44 IST

    ଆଉ ଏ ରଥରେ ଦେଖିବାର ସୁଯୋଗ ମିଳିବନି... କୁନି ଝିଅଟି ଅଜା ସାଙ୍ଗେ ଆସି ମୁଣ୍ଡିଆ ମାରୁଛି



  • Jul 19, 2024 21:44 IST

    ହେ ପ୍ରଭୁ... ସବୁ ତୁମରି ଇଛା...



  • Jul 19, 2024 21:44 IST

    ରାଗ ତମତମ ମା ଲକ୍ଷ୍ମୀ... ମହାପ୍ରଭୁ ସାଙ୍ଗରେ ନେଇ ଯାଇ ନାହାନ୍ତି



  • Jul 19, 2024 21:43 IST

    ଆହା କି ଅପୂର୍ବ ଦୃଶ୍ୟ... ବନ୍ଧା ହେଉଛି ପତିତପାବନ ବାନା...



  • Jul 19, 2024 21:43 IST

    ରଥ ଉପରେ ମହାପ୍ରଭୁଙ୍କ ଆଳତୀ



  • Jul 19, 2024 21:42 IST

    ଜଳ, ସ୍ଥଳ, ଆକାଶରେ ଚାଲିଛି ମହାପ୍ରଭୁଙ୍କ ଭବ୍ୟ ଲୀଳା



  • Jul 19, 2024 21:42 IST

    ନୀଳାଦ୍ରି ବିଜେ କଲେ ମଦନମୋହନ, ରାମକୃଷ୍ଣ



  • Jul 19, 2024 21:14 IST

    ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ଭଗବାନ ରାମକୃଷ୍ଣ



  • Jul 19, 2024 21:13 IST

    ସାରି ରଥଲୀଳା ପ୍ରଭୁ ଚକାଡୋଳା ବାହୁଡ଼ିବେ ନୀଳକନ୍ଦର



  • Jul 19, 2024 21:13 IST

    ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ମଦନ ମୋହନ



  • Jul 19, 2024 21:05 IST

    ମଣିଷର ସମସ୍ତ ସାଧନାର ଲକ୍ଷ୍ୟ କଣ? କଣ ପାଇଁ ମଣିଷ ସାଧନା କରିଥାଏ... ଶୁଣନ୍ତୁ



  • Jul 19, 2024 21:04 IST

    ବିଜେ ପ୍ରତିମା ରାମ କୃଷ୍ଣ ଓ ଶ୍ରୀମଦନମୋହନଙ୍କ ନୀଳାଦ୍ରି ବିଜେ



  • Jul 19, 2024 21:04 IST

    ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ



  • Jul 19, 2024 20:54 IST

    ବଡ଼ଦାଣ୍ଡରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଆଜି ନୀଳାଦ୍ରିବିଜେ କରିବେ ମହାପ୍ରଭୁ



  • Jul 19, 2024 20:25 IST

    କାଳିଆ ମଥାରୁ ଖସିଲା ତୁଳସୀ... ପିଲେ ନିଅ... ଭାଗ୍ୟରେ ଥିଲେ ମିଳେ...



  • Jul 19, 2024 20:25 IST

    ମାଆଲୋ ତତେ ଛାଡିବାକୁ ମନ ହେଉନି...



  • Jul 19, 2024 20:25 IST

    ହେ ଭଗବାନ, ତୁମେ ତ ଅଧା ଗଢ଼ା, ଆମକୁ ବି ଗଢିଛ ସେମିତି, ତୁମ ଦରଶନ ଟିକେ ଦିଅ ମହାବାହୁ...



  • Jul 19, 2024 20:24 IST

    ମହାପ୍ରଭୁଙ୍କ ପାଇଁ ମିଠେଇ ଆସିଲାଣି...



  • Jul 19, 2024 20:24 IST

    ମହାପ୍ରଭୁ ଆଜି ନୀଳକନ୍ଦରକୁ ଯିବେ, ଇଏ ବର୍ଷା ହେଉନି ତ, ଆକାଶ କାନ୍ଦୁଛି



  • Jul 19, 2024 20:23 IST

    ଆଜି ପରା ରସଗୋଲା ଦିବସ... ଆଜି ଟିକେ ପାଟିରେ ବାଜୁ...



  • Jul 19, 2024 19:53 IST

    ଆଜି ନୀଳକନ୍ଦର ଫେରୁଛନ୍ତି ନୀଳମଣି । ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବିଜେ



  • Jul 19, 2024 19:53 IST

    ମହାପ୍ରଭୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ବ...ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ନୀଳକନ୍ଦରକୁ ବିଜେ କରିବେ ନିଳାଦ୍ରୀବିହାରୀ



  • Jul 19, 2024 19:52 IST

    ନବ ଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି



  • Jul 19, 2024 19:24 IST

    ସ୍ନାନବେଦିରୁ ଜନ୍ମବେଦିର ଭବ୍ୟ ଯାତ୍ରା ପ୍ରାରମ୍ଭ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ



  • Jul 19, 2024 19:16 IST

    ବଡ଼ଦାଣ୍ଡ ଛାଡି ବଡ଼ଦେଉଳରେ ପ୍ରବେଶ କରିବେ ଶ୍ରୀଜିଉ। ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ



  • Jul 19, 2024 18:43 IST

    ଚତୁର୍ଦ୍ଧା ମୁର୍ତ୍ତିଙ୍କ ନୀଳାଦ୍ରିବିଜେ ପାଇଁ ପ୍ରସ୍ତୁତି ଆରମ୍ଭ



  • Jul 19, 2024 18:41 IST

    ନବ ଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି



  • Jul 19, 2024 18:06 IST

    🔴BREAKFREE LIVE | ନୀଳାଦ୍ରି ବିଜେ ସିଧାପ୍ରସାରଣ, ଦେଖନ୍ତୁ...



  • Jul 19, 2024 18:02 IST

    Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

    ମହାପ୍ରଭୁଙ୍କ ନୀତି ଅନନ୍ୟ। ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନିଳାଦ୍ରିବିଜେ କୁହାଯାଏ। ନଅଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନିଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ। ଅଧିକ ପଢ଼ନ୍ତୁ

    Ratha Jatra 2023 the rituals of Niladribije



  • Jul 19, 2024 17:45 IST

    Ratha Jatra 2024: ନୀଳାଦ୍ରିବିଜେରେ ସରେ ଜନ୍ମବେଦି ଲୀଳା; ଏମିତି ହୁଏ ଲକ୍ଷ୍ମୀ-ନାରାୟଣ କଳି

    ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରିବିଜେ କୁହାଯାଏ। ଠାକୁରଙ୍କ ନଅଦିନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନୀଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ଅଧିକ ପଢ଼ନ୍ତୁ...

    Ratha Jatra 2024 the unique rituals of Niladribije



Rath Yatra Niladri Bije Ratha Jatra
Advertisment
Advertisment