/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751273972.jpg)
Puri Stampede Probe
ଶରଧାବାଲିରେ ଦଳାଚକଟା ଘଟଣା । ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି,"ନୀତିକାନ୍ତି ସରିବା ପରେ ପଡ଼ିଥିଲା ପହଡ଼ । ଶରଧାବାଲି ଅଘଟଣକୁ ନେଇ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉନ୍ନୟନ କମିଶନର ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବେ । ୩୦ ଦିନ ଭିତରେ ତଦନ୍ତ ସରିବ । ଅବହେଳା ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଆଗକୁ କିପରି ଅଘଟଣ ନ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ।"
ପୁରୀ ଶରଧାବାଲିରେ ଗତକାଲି ବଡ଼ ଅଘଟଣ ଘଟିଥିଲା । ଦଳାଚକଟାରେ ୩ ଭକ୍ତଙ୍କ ଜୀବନ ଯିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ବଦଳି ହୋଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏହା ସହିତ DCP ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି ସରକାର । ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥଯାତ୍ରା ପରିଚାଳନା ଦାୟିତ୍ବ ତୁଲାଉଛନ୍ତି ଅରବିନ୍ଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)