Advertisment

Baragarh Dhanujatra: ଧନୁଯାତ୍ରାର ଷଷ୍ଠ ଦିନରେ ରାଧାକୃଷ୍ଣଙ୍କ ରାସଲୀଳା, ମଥୁରାରେ କଂସ ମହାରାଜଙ୍କ ରଙ୍ଗସଭା

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ମଥୁରା ନରେଶ ମହାରାଜ କଂସ ଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ , ଏହି ଦୈବ ବାଣୀ ମନେପଡ଼ିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ରଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା ।

author-image
Prasan Subudhi
ଅଦ୍ୟତନ ହୋଇଛି
କଂସଙ୍କ ରଙ୍ଗସଭା

କଂସଙ୍କ ରଙ୍ଗସଭା

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ରାଧାକୃଷ୍ଣଙ୍କ ସହ ରାସଲୀଳା ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଛି। ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରିଦେଇଥିଲା ।,ଅନ୍ୟ ପକ୍ଷରେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମଥୁରା ରାଜ ଦରବାରରେ ମହାରାଜ କଂସ ଆୟୋଜନ କରିଛନ୍ତି ରଙ୍ଗସଭା।

Advertisment

ଅଧିକ ପଢ଼ନ୍ତୁ:ମାଛ ଭାବି ଚିଲ ଝାମ୍ପିନେଲା ବ୍ରାହ୍ମଣୀର ବ୍ରତ, ନଈକୁ ଡେଇଁଲା ପୋଡ଼ାମାଛ 

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଚାଲିଥିବା ବେଳେ ଗୋପୀମାନେ ଯମୁନା ପାରିହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି । ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟଗୀତରେ ବେଶ ମସଗୁଲ ହୋଇ ଯାଇଥିଲେ । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ତ କେତେବେଳେ ରାଧାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ... ତେବେଏମିତି ଦିନେ ଯମୁନା ନଈରେ ଗୋପୀ ମାନେ ବିବସନା ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ ।

Advertisment

ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେବା ସହ ଏପରି ନକରିବାକୁ ଉପଦେଶ ଦେଇଥିଲୋ। ତେବେ ଆଜିର ଗୋପପୁର ଲୀଳା ଦେଖିବାକୁ ବହୁ ଲୋକଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ବେଳେ ସମସ୍ତେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି। । ତେବେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅନୁ ଚୌଧୁରୀ ଆଜି ବରଗଡ଼ ଧନୁଯାତ୍ରାକୁ ଆସି ଗୋପପୁର ରାଧାକୃଷ୍ଣଙ୍କ ପ୍ରେମରେ ବିମୋହିତ ହୋଇ ପଡ଼ିଥିବା ବେଳେ ମହାରାଜ କଂସଙ୍କ ରଙ୍ଗମହଲରେ ଫିଲ୍ମ ଡାଇଲଗ କହିଥିଲେ। ଏଥି ସହ ମହାରାଜ କଂସଙ୍କ ସହ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି ଅବସରରେ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ନିଜ ଅନୁଭୂତି ବଖାଣି ଥିଲେ ଅନୁ ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ମଥୁରା ନରେଶ ମହାରାଜ କଂସ ଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ,ଏହି ଦୈବ ବାଣୀ ମନେପଡ଼ିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ, ଭଣଜା କୃଷ୍ନଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ଏହି ରଂଗସଭା । ଏହି ରଂଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ, ନରକାସୁର ପରି ବଡ଼ ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଗୋପପୁର ଅଭିମୁଖେ ବାହାରି ପଡ଼ିଛନ୍ତି । ଏହି ଖୁସିରେ ମହାରାଜ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ଵାରା ନୃତ୍ୟ ଗୀତର ଆୟୋଜନ କରିଛନ୍ତି।

ଧନୁଯାତ୍ରାର ସପ୍ତମ ଦିନରେ ଗୋପପୁରରେ ରାଧା କୃଷ୍ଣଙ୍କ ନାବକେଳି ଏବଂ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ ହୋଇଛି। ଚିଟାଉ ନେଇ ମନ୍ତ୍ରୀ ଅକ୍ରୁରଙ୍କ ଗୋପପୁର ଗମନ ପରି ଦୃଶ୍ୟ ଅଭିନୀତ ହେବ.।

(ରିପୋର୍ଟ- ଧର୍ମଦତ୍ତ ପାଢ଼ୀ)

ଅଧିକ ପଢ଼ନ୍ତୁ:ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି… ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି 

Dhanu Yatra Festival Bargarh Dhanu Jatra Bargarh Dhanu Yatra Baragarh
Advertisment
Advertisment