Advertisment

Raksha Bandhan 2023: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ସହିତ ରଙ୍ଗର ବିଶେଷ ପ୍ରଭାବ ରହିଛି। ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ସେହି ରଙ୍ଗର ରାକ୍ଷୀ ବାନ୍ଧିଲେ ଅନେକ ଶୁଭ ଫଳ ମିଳିପାରେ। ଏହା ସମ୍ପର୍କକୁ ମଜଭୁତ କରିବା ସହିତ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିଲେ ଶୁଭ ଫଳ ମିଳିବ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Raksha Bandhan 2023: Rakhi according to zodiac sign

Rakhi according to zodiac sign

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପାଳନ କରାଯାଏ। ଏହିଦିନ ଭାଇ ଓ ଭଉଣୀର ଅବିସ୍ମରଣୀୟ ପ୍ରେମ ଏବଂ ଦୃଢ ସମ୍ପର୍କର ପରିଚୟ ଦେଇଥାଏ। ଭଉଣୀମାନେ ଭାଇମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରନ୍ତି। ଏହା ବଦଳରେ ଭାଇମାନେ ନିଜ ଭଉଣୀମାନଙ୍କୁ ଉପହାର ଦିଅନ୍ତି ଏବଂ ଜୀବନସାରା ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରନ୍ତି।

Advertisment

ଯଦି ଆମେ ଜ୍ୟୋତିଷ ଶାସ୍ତ୍ରକୁ ଦେଖୁ ତେବେ ରାଶି ଅନୁସାରେ ରଙ୍ଗର ବିଶେଷ ପ୍ରଭାବ ଅଛି। ତେଣୁ ଯେଉଁ ଭଉଣୀମାନେ ସେମାନଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପବିତ୍ର ପ୍ରେମକୁ ଉଜାଗର କରିବା ସହିତ ଗ୍ରହଦୋଷ କାଟିବାକୁ ଚାହାନ୍ତି ସେମାନେ ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ଉଚିତ। ଏହା ସମ୍ପର୍କକୁ ମଜଭୁତ କରେ ଏବଂ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ଜାଣିନେବା।

ମେଷ :

ଯଦି ତୁମ ଭାଇର ରାଶି ‘ମେଷ’ ହୋଇଥାଏ ତେବେ ନାଲି ରଙ୍ଗର ରାକ୍ଷୀ ଶୁଭ ହୋଇଥାଏ। ଏହା ଭାଇ-ଭଉଣୀ ସଂପର୍କକୁ ଦୃଢକରେ। ଏହା ବ୍ୟତୀତ ଗୋଲାପୀ ଏବଂ ହଳଦିଆ ରାକ୍ଷୀ ମଧ୍ୟ ବାନ୍ଧିପାରିବେ।

Advertisment

ବୃଷ :

‘ବୃଷ’ ରାଶିର ଲୋକଙ୍କ ପାଇଁ ଧଳା କିମ୍ବା ଆକାଶୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ। ଭଉଣୀମାନେ ଏଥିପ୍ରତି ଧ୍ୟାନ ଦେଲେ ଶୁଭ ଫଳ ମିଳିପାରେ।

ମିଥୁନ :

ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ ରଙ୍ଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଭଉଣୀମାନେ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିଲେ ଭଲ। ଏହା ବ୍ୟତୀତ ନୀଳ ଏବଂ ଗୋଲାପୀ ରଙ୍ଗର ରାକ୍ଷୀ ମଧ୍ୟ ବାନ୍ଧି ପାରିବେ।

ଅଧିକ ପଢ଼ନ୍ତୁ: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ

କର୍କଟ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଭାଇର ରାଶି କର୍କଟ ହୋଥାଏ ତେବେ ଭଉଣୀମାନେ ଧଳା କିମ୍ବା ହାଲୁକା ହଳଦିଆ ରାକ୍ଷୀ ବାନ୍ଧିପାରିବେ। ଏହା ଭାଇଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ।

ସିଂହ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କମଳା ରଙ୍ଗର ରାକ୍ଷୀ ବାନ୍ଧିବା ସିଂହ ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରେ।

କନ୍ୟା :

ଯଦି ତୁମ ଭାଇର ରାଶି କନ୍ୟା ହୁଏ ତେବେ ତୁମେ ତାଙ୍କୁ ଏକ ବାଦାମୀ, ସବୁଜ କିମ୍ବା ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ।

ତୁଳା :

ତୁଳା ରାଶିର ଭାଇମାନଙ୍କ ପାଇଁ ହଳଦିଆ, ଧଳା ଏବଂ ନୀଳ ରଙ୍ଗ ଶୁଭ ହୋଇଥାଏ। ତେଣୁ ସେମାନଙ୍କ ହାତରେ ଏହିସବୁ ରଙ୍ଗର ରାକ୍ଷୀ ବାନ୍ଧିଲେ ସେମାନଙ୍କ ଦିନ ଭଲରେ କଟିଥାଏ।

ବିଛା :

ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ହୋଇଥାଏ। ମଙ୍ଗଳ ଗ୍ରହର ସମ୍ପର୍କ ଲାଲ ରଙ୍ଗ ସହିତ ଜଡିତ। ତେଣୁ ଭଉଣୀମାନେ ଯଦି ନାଲି ରଙ୍ଗର ରାକ୍ଷୀକୁ ନିଜ ଭାଇମାନଙ୍କ ହାତରେ ବାନ୍ଧନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ଧନୁ :

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଧନୁ ରାଶି ଗ୍ରହର ସ୍ୱାମୀ। ଏହି ରାଶିର ଭାଇମାନଙ୍କ ହାତରେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ମକର :

ମକର ରାଶିର ଭାଇମାନଙ୍କ ହାତରେ ନୀଳ କିମ୍ବା ହରରଙ୍ଗୀର ରାକ୍ଷୀ ବାନ୍ଧିବା ଉଚିତ। ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଦେଇପାରେ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

କୁମ୍ଭ :

ନୀଳ, କଳା କିମ୍ବା ଗାଢ ରଙ୍ଗ କୁମ୍ଭ ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ। ଏହି ରଙ୍ଗର ରାକ୍ଷୀ ବାନ୍ଧିଲେ ଭାଇଙ୍କ ଉପରେ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।

ମୀନ :

ଯଦି ତୁମର ଭାଇଙ୍କ ରାଶି ମୀନ ହୁଏ ତେବେ ତାଙ୍କ ହାତରେ ଏକ ହଳଦିଆ ରଙ୍ଗର ରାଖୀ ବାନ୍ଧନ୍ତୁ। ଏହା ଭାଇକୁ ସମସ୍ତ ପ୍ରକାର ରୋଗରୁ ମୁକ୍ତି ଦେଇପାରେ।

Rakshya Bandhan Rakhi Purnima
Advertisment
Advertisment