Advertisment

ପୁରୁଣା ସ୍ମୃତି ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
president draupadi murmmu

president draupadi murmmu

ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜ ପୁରୁଣା ସ୍ମୃତି ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି। ୪୦ ବର୍ଷ ତଳର ରମାଦେବୀରେ ପଢ଼ିବା ଦିନ ମନେ ପକାଇଲେ। ଗରିବ ଚାଷୀର ଝିଅଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ, ସବୁ ଏକାଠି ପଢୁଥିଲୁ। ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ସେତେବେଳର ଆର୍ଥିକ ସ୍ଥିତି ପାଇଁ କ୍ୟାଣ୍ଟିନରେ ଖାଉନଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲିଯାଉଥିଲି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ, ବଡ଼କଥା। ମୋ ଜୀବନ ଗତିପଥରେ ଏ ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି।

ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେବା ସହ  ଭାରତକୁ ବିଶ୍ବଗୁରୁ କରିବାକୁ ନାରୀଶକ୍ତିର ଅବଦାନ ଜରୁରୀ। ସାମର୍ଥ୍ୟର ଅଭାବ ନାହିଁ, ଆମକୁ ପ୍ରଚେଷ୍ଟା କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି। 

Advertisment
Ramadevi University President Draupadi Murmu
Advertisment
Advertisment