Advertisment

ଆଜି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ

ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।

ଅଦ୍ୟତନ ହୋଇଛି
Odisha Police Celebrates 88th Foundation Day

Odisha Police celebrates 88th Formation Day

Advertisment

ଆଜି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ରେ ଆୟୋଜିତ ପୋଲିସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଅଭିବାଦନ ଗ୍ରହଣ କରିଥିଲେ । ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ପୋଲିସ ଡିଜି । ପୋଲିସ ଡିଜି ପ୍ରତିକ୍ରିୟାରେ କହିଛନ୍ତି, କିଛି ବର୍ଷ ତଳେ ମାଓବାଦୀ ସମସ୍ୟା ଉଗ୍ର ଥିଲା, ଏବେ ନିୟନ୍ତ୍ରଣରେ ଅଛି ।

Advertisment

ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ । ଭୁବନେଶ୍ୱର ରେ ପୋଲିସ ପ୍ରତିଷ୍ଠା ଦିବସରେ ଟ୍ୱିନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ।

୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କେବଳ ଭୁବନେଶ୍ୱର, କଟକ ନୁହେଁ, ବିଭିନ୍ନ ସ୍ଥାନରେ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଉଛି ।

Advertisment
Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ