Advertisment

ଆଜି ପବିତ୍ର ଶ୍ରୀରାମ ନବମୀ, ଭଦ୍ରକରେ ନଗର ସଂକୀର୍ତ୍ତନ ବେଳେ ଉଡ଼ିବ ଡ୍ରୋନ୍‌ କ୍ୟାମେରା

ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।

ଅଦ୍ୟତନ ହୋଇଛି
Ram Navami 2023

Odisha dipped in worship on ram navami

Advertisment

ଆଜି ପବିତ୍ର ଶ୍ରୀରାମ ନବମୀ । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ରାମ ନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ଆଜିଠାରୁ ପୁରୀ ରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ରାମନବମୀ, କ’ଣ ରହିଛି ଏହାର ମହତ୍ତ୍ୱ

ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି। ପରମ୍ପରା ଅନୁଯାୟୀ, ଗତକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ମା’ ଭଦ୍ରକାଳୀ ଓ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରୁ ଆଜ୍ଞାମାଳ ଭଦ୍ରକ ଗାନ୍ଧିପଡିଆରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଆସିଛି। ଆଜି ଭଦ୍ରକରେ ଅପରାହ୍ଣ ୩ଟାରେ ନଗର ସଂକୀର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ନଗର ସଂକୀର୍ତ୍ତନ ସମୟରେ ପୋଲିସ ୮ଟି ଡ୍ରୋନ୍‌ କ୍ୟାମେରା ସହ କଣ୍ଟ୍ରୋଲ ରୁମ୍‌ରୁ ନଜର ରଖିବ। ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷେ, ପବିତ୍ର ରାମ ନବମୀରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବାଲୁକା କଳାରେ ଭକ୍ତିପୂତ ନୈବେଦ୍ୟ ଅର୍ପଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲିରେ ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ କରିଛନ୍ତି। ଏହାସହ ଅଯୋଧ୍ୟାରେ ନିର୍ମାଣାଧିନ ଭବ୍ୟ ଦିବ୍ୟ ରାମ ମନ୍ଦିରର ଏକ ପ୍ରତିକୃତି ମଧ୍ୟ ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ। ବାଲି ନିର୍ମିତ ଶ୍ରୀରାମଙ୍କ ବିଗ୍ରହ ଓ ରାମମନ୍ଦିରର ପ୍ରତିକୃତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି। 

Advertisment
Ram Navami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ