• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୨୦ରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ଦିନ ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା୨୭ରୁ ୧୦ଟା ୪୨ ମଧ୍ୟରେ ହେବ ନବାନ୍ନଲାଗି । ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆ ଖାଇବେ।

ସମ୍ବଲପୁରର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ନେଇ ଅପରାହ୍ଣ ସାଢେ ୪ ଟାରୁ ଆରମ୍ଭ ହୋଇଥିଲା ବୈଠକ । ପରମ୍ପରା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ହିଁ ସମ୍ବଲପୁରରେ ନୂଆଁଖାଇ ପାଇଁ ଶୁଭଲଗ୍ନ ବାହାର କରାଯାଇଥାଏ । ଏଥିରେ ମା ସମଲେଶ୍ୱରୀଙ୍କର ରାଶି ଓ ନକ୍ଷତ୍ରକୁ ଗଣନା କରାଯାଇଥାଏ । ସେହି ଆଧାରରେ ଶୁଭ ସମୟ ବାହାର କରିଥାନ୍ତି ପଣ୍ଡିତ । ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ମା ସମଲେଇଙ୍କ ନିକଟରେ ପ୍ରଥମେ ନବାନ୍ନ ଲାଗି ହୁଏ । ତା ପରେ ସମସ୍ତେ ଯାଇ ଘରେ ଘରେ ନୁଆ ଖାଇଥାନ୍ତି ।