Advertisment

New Year: ଜିରୋ ନାଇଟ୍ ପରେ ନିୟୁ ଇୟରକୁ ସବୁଠି ଜୋରଦାର ସ୍ବାଗତ; ଭୋଜିଭାତ ଓ ନାଚ-ଗୀତରେ କଂପିଲା ପିକନିକ୍ ସ୍ପଟ୍...

ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।

undefined

New Year 2025

Advertisment

ଚବିଶି ଗଲା ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା। ଜିରୋ ନାଇଟ୍ ହ୍ୟାଙ୍ଗ ଓଭରରୁ ବାହାରି, ଆଜି ଦିନ ତମାମ୍ ନିୟୁ ଇୟର ସେଲିବ୍ରେସନରେ ମସଗୁଲ ଥିଲା ମଣିଷ। ପୁରୁଣା ବର୍ଷକୁ ପଛରେ ପକାଇ, ସ୍ବାଗତ କରିଥିଲା ସମ୍ଭାବନାମୟ ନବବର୍ଷକୁ। ତେବେ ଅଗଣିତ ଶୁଭେଚ୍ଛା ବାର୍ତ୍ତା ଓ ଅସୁମାରି ଉତ୍ସାହ ଉଦ୍ଦୀପନା ଭିତରେ, ନୂଆବର୍ଷ ଉଲ୍ଲାସ ଆଜି କାହା ପାଇଁ କେମିତି ଥିଲା, ଆସନ୍ତୁ ଜାଣିବା...

Advertisment

ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍। ଯିଏ ଯେଉଁଠି ଥିଲା, ସେଇଠି ଆରମ୍ଭ ହେଲା ସେଲିବ୍ରେସନ୍। କେବଳ କ୍ଲବ୍ କି ପାର୍ଟି ନୁହେଁ... କେଉଁଠି ରାସ୍ତା ଉପରେ, ୭ କେଉଁଠି ରେଳ ଷ୍ଟେସନରେ ଶୁଭିଥିଲା ହାପି ନିୟୁ ଇୟର।

ଅଧିକ ପଢନ୍ତୁ: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା

Advertisment

ରାତି ଗଲା... ସକାଳ ଆସିଲା। ୨୪କୁ ବିଦାୟ ଦେଇ ଧରାପୃଷ୍ଠକୁ ୨୫ ଛୁଇଁଲା। ସବୁଦିନ ଏକାଭଳି ଉଦୟ ହେଉଥିଲେ ବି, ଆଜି କିଛି ଖାସ୍ ଲାଗୁଥିଲେ ପୂର୍ବାକାଶର ଉଦିତ ସୂର୍ଯ୍ୟ। ଭକ୍ତିପୂତ ହୋଇ ନବବର୍ଷକୁ ସ୍ବାଗତ ପାଇଁ ପୁରୀରେ କିଏ ମହୋଦଧିରେ ସ୍ନାନ କରୁଥିଲା, ତ ଆଉ କିଏ ହରିଦ୍ବାରରେ ବୁଡ଼ ପକାଉଥିଲା ପାପନାଶିନୀ ଗଙ୍ଗାନଦୀରେ। କିଏ ମଙ୍ଗଳଆଳତୀ ଦେଖି ଧନ୍ୟ ହୋଇଥିଲା, ପୁଣି କିଏ ମନ୍ଦିର ଆଗରେ ଅପେକ୍ଷା କରିଥିଲା ଦିଅଁ ଦର୍ଶନ ନିମନ୍ତେ। ଆଜି ରାତି ପାହିବା ଆଗରୁ ଧର୍ମସ୍ଥଳୀ ମାନଙ୍କରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼। ଦିଲ୍ଲୀ ଝଣ୍ଡେୱାଲା ମନ୍ଦିରରେ ବୈଷ୍ଣୋଦେବୀ, ମୁମ୍ବାଇରେ ସିଦ୍ଧି ବିନାୟକ, ତେଣେ ଗୌହାଟୀ କାମାକ୍ଷା ପୀଠ। 

ଆଉ ଏପଟେ ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତ, ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜ, କେନ୍ଦ୍ରାପଡ଼ା ବଳଦେବଜୀଉ। ମାଆ ସମଲେଶ୍ବରୀ, କଟକ ଚଣ୍ଡୀ, ଘଟଗାଁ ତାରିଣୀ, ଯାଜପୁର ବିରଜା ଓ ଝଙ୍କଡ଼ ସାରଳା। ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି, ଆଶିଷ ନେଇଥିଲେ ଅଗଣିତ ଶ୍ରଦ୍ଧାଳୁ। ଉଜ୍ଜୈନ ଅଧିଷ୍ଠାତା ମହାକାଳଙ୍କ ନିକଟରେ ସ୍ବତନ୍ତ୍ର ଭସ୍ମ ଆରତୀ ହୋଇଥିବା ବେଳେ, ଜନସମୁଦ୍ର ପାଲଟିଥିବା ଅଯୋଧ୍ୟା ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପାଖରେ ଲାଗି ହୋଇଥିଲା ଛପନ ଭୋଗ। କେବଳ ମନ୍ଦିର ନୁହେଁ... ଅମୃତସର ସ୍ବର୍ଣ୍ଣମନ୍ଦିର... ଆଜମେର୍ ଦର୍ଘା ଓ ବିଭିନ୍ନ ଚର୍ଚ୍ଚରେ ବି ନିଜ ନିଜ ଆସ୍ଥା ଅନୁସାରେ ଶୁଭ ନବବର୍ଷ ଆରମ୍ଭ କରିଥିଲେ ବିଭିନ୍ନ ଧର୍ମାବଲମ୍ବୀ।

Advertisment

ଜାନୁଆରୀ ପହିଲା...ପିକନିକ୍ ବି ଜମିଲା। ବୁଲାବୁଲି ସାଙ୍ଗକୁ ବୁଧବାରିଆ ଭୋଜିଭାତ। ଦିନ ବଢ଼ିବା ସହ ଚଳଚଞ୍ଚଳ ହୋଇଉଠିଥିଲା ପିକନିକ ସ୍ପଟ୍। ତାଜମହଲ ଆଗରେ ସେଲଫି, ଗୁଲମାର୍ଗରେ ବରଫର ମଜା। ଏପଟେ କୋଣାର୍କ, ନନ୍ଦନକାନନ, ଭିତରକନିକା, ଦେଓମାଳୀ, ଦେଓଧର ଓ ନୃସିଂହନାଥ। ସବୁଠି ଅସମ୍ଭବ ଭିଡ଼, ପ୍ରବଳ ଗହଳି । ବିଭିନ୍ନ ଜଳପ୍ରପାତ ଓ ଜଳଭଣ୍ଡାର ବଣଭୋଜିର ହଟସ୍ପଟ ପାଲଟିଥିବା ବେଳେ, ବେଳାଭୂମି ସାଜିଥିଲା ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ । 

ଆଜି ସକାଳୁ ଫୁଲ ବଜାର, ମିଠା ଦୋକାନ ଓ ଆମିଷ ହାଟରେ ବି ବାରି ହୋଇପଡ଼ିଥିଲା ନୂଆବର୍ଷ ଉତ୍ସାହ। ବାହାରକୁ ବୁଲି ଯାଇନଥିଲେ ବି, ଘରେ ରହି ପେଟପୂଜା କରିବାକୁ ଭୁଲିନଥିଲେ ଖାଦ୍ୟପ୍ରିୟ ଲୋକେ।

ଅଧିକ ପଢନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘୋଷଣା...ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା

Odisha News New Year Zero Night Celebrations Zero Night New Year Zero Night New Year 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ