Advertisment

ପୁଣି ନିଜ ଘରେ ଗଣେଶ ପୂଜା କଲେ ମୁସଲମାନ ମହିଳା, ଫତ୍‌ୱା ଜାରି କଲେ ମୌଲାନା...

ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।

author-image
Satyendu Shekher Mishra
Muslim Lady Observes Ganesh Puja

Muslim Lady Observes Ganesh Puja

ଗଣେଶ ଚତୁର୍ଥୀକୁ ଧୁମଧାମରେ ପାଳନ କଲେ ମୁସଲମାନ ମହିଳା ରୁବି ଆସିଫ୍ ଖାନ୍ । ଆଲିଗଡ଼ରେ ଗଣେଶ ଉତ୍ସବ ଅବସରରେ ବିଜେପିର ଜୟଗଞ୍ଜ ମଣ୍ଡଳ ଉପାଧ୍ୟକ୍ଷ ରୁବି ଆସିଫ୍ ଖାନ ଚଳିତ ବର୍ଷ ପୁଣି ଥରେ ନିଜ ଘରେ ଗଣେଶ ପ୍ରତିମା ସ୍ଥାପନ କରିଛନ୍ତି । ସୂଚନା ଅନୁସାରେ ଗତ ବର୍ଷ ମଧ୍ୟ ରୁବି ଆସିଫ୍ ଗଣେଶ ଚର୍ତୁଥୀ ଅବସରରେ ନିଜ ଘରେ ଗଣେଶ ପୂଜା କରିଥିଲେ। ଯାହାଫଳରେ ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।

Advertisment

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ରୁବି ଆସିଫ୍ ଖାନ୍ କହିଛନ୍ତି, ସେ ଗଣେଶ ପୂଜା ଅବସରରେ ତାଙ୍କ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିଛନ୍ତି । ଗତ ବର୍ଷ ଯେଉଁଭଳି ଭାବେ ପୂଜା କରିଥିଲି ଚଳିତ ବର୍ଷ ମଧ୍ୟ ସେହିପରି ଭାବରେ ଗଣେଶ ପୂଜା କରିଛି । କାରଣ ଆମେ ସମସ୍ତେ ମିଳିମିଶି ପର୍ବ ପାଳନ କରିବା ଉଚିତ୍ ଓ ଭେଦଭାବ ଦୂର କରିବା ଉଚିତ୍ । ଏହି ପରି ଭାବରେ ରୁବି ସବୁ ଉତ୍ସବକୁ ପାଳନ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବେ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ମୁଁ ଗତ ୧୦ ବର୍ଷ ହେବ ହିନ୍ଦୁ ଧର୍ମର ସବୁ ଉତ୍ସବକୁ ପାଳନ କରିଆସୁଛି । କିନ୍ତୁ ଗତ ଦୁଇ ବର୍ଷ ହେବ ଗଣେଶ ପୂଜା ଅବସରରେ ମୋ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରୁଛି ।’

Advertisment

ଗଣେଶ ପୂଜାରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ମୌଲାନା ଫତୱା ଜାରି କରିଥିବା ଘଟଣା ଉପରେ ମଧ୍ୟ ବୟାନ ଦେଇଛନ୍ତି ରୁବି ଆସିଫ୍ ଖାନ୍। ସେ କହିଛନ୍ତି, ମୌଲାନାଙ୍କ କାମ ଫତୱା ଜାରି କରିବା, ସେ କରିଛନ୍ତି । ସେ ଫତୱାକୁ ମୁଁ ଡରେ ନାହିଁ । ପୂର୍ବରୁ ମଧ୍ୟ ଏହିପରି ଫତ୍‌ୱା ସେ ଜାରି କରିଥିଲେ। ଏହାପରେ ସେମାନେ ପୋଷ୍ଟର ବି ଲଗାଇଥିଲେ। ଖାଲି ସେତିକି ନୁହେଁ, ମୋ ଝିଅ ଦେହରେ ଗୁଳି ବି ବାଜି ସାରିଛି । କିନ୍ତୁ ଏସବୁକୁ ନା କେବେ ଡରିଛି ନା କେବେ ଡରିବି ବୋଲି କହିଛନ୍ତି ରୁବି ଆସିଫ୍ ଖାନ୍।

‘ମୋତେ ଯିଏ ଯାହା କହିଲେ ବି କିଛି ଫରକ ପଡ଼ିବନି । ମୁଁ ପୂରା ଭାରତକୁ ଏକ କରିବାକୁ ଚାହେଁ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଥିବା ଭେଦଭାବକୁ ଶେଷ କରିବାକୁ ପଡ଼ିବ। ଗଣେଶ ପୂଜା ଅବସରରେ ପୂରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛି ଏବଂ ଠିକ୍ ୯ ଦିନ ପରେ ଭଗବାନ ଗଣେଶଙ୍କୁ ବିସର୍ଜନ କରିବାକୁ ନରୋରାର ରାଜଘାଟକୁ ଯିବି ବୋଲି କହିଛନ୍ତି ରୁବି ଆସିଫ୍ ଖାନ୍।

Ganesh Puja Aligarh
Advertisment
Advertisment