Advertisment

Mahakumbh 2025: ପୁଣି ୧୪୪ ବର୍ଷ ପରେ ଆସିବ; ସରିଲା ମହାକୁମ୍ଭରେ ଅମୃତ ସ୍ନାନର ମହାସୁଯୋଗ

ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ...ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ।

ଅଦ୍ୟତନ ହୋଇଛି
undefined

Mahakumbh 2025

Advertisment

୧୪୪ ବର୍ଷ ପାଇଁ ସରିଲା ମହାକୁମ୍ଭରେ ଅମୃତ ସ୍ନାନର ମହାସୁଯୋଗ। ବସନ୍ତ ପଞ୍ଚମୀରେ ସୂଚାରୁ ରୂପେ ତୃତୀୟ ତଥା ଅନ୍ତିମ ଶାହି ସ୍ନାନ କଲେ ୨ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ତେବେ ମୌନୀ ଅମାବାସ୍ୟା ବୁଡ଼ ଭଳି ଅଘଟଣ ରୋକିବାକୁ ୟୁପି ସରକାର ହାତକୁ ନେଇଥିଲେ 'ଅପରେସନ୍ ଇଲେଭେନ୍' । ଆଉ ତା ଉପରେ ଭୋର୍ ସାଢ଼େ ୩ଟାରୁ ଥିଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନଜର।

Advertisment

ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ...ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ। ତେଣୁ ଆଜି ପ୍ରୟାଗରାଜ ମହାକୁମ୍ଭରେ ଥିଲା ଭରପୁର ଉତ୍ସାହ। ବସନ୍ତ ପଞ୍ଚମୀରେ ତୃତୀୟ ତଥା ଅନ୍ତିମ ଅମୃତ ସ୍ନାନ କରିବାକୁ ଭୋର୍ ପ୍ରାୟ ୫ଟାରୁ ଭିଡ଼ ଲଗାଇଥିଲେ ବିଭିନ୍ନ ଆଖଡ଼ାର ସାଧୁସନ୍ଥ। ତ୍ରିବେଣୀ ସଂଗମରେ ଲକ୍ଷ ଲକ୍ଷ ସାଧୁସନ୍ଥ ବୁଡ଼ ପକାଇବା ପରେ, ସାଧାରଣ ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳିଥିଲା ସଂଗମ ନୋଜ୍ ସମେତ ଅନ୍ୟାନ୍ୟ ଘାଟରେ।

ଅଧିକ ପଢ଼ନ୍ତୁ: ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ, ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହେଉଛି ଗୁମ୍ଫା

Advertisment

ଗତ ମୌନୀ ଅମାବାସ୍ୟା ଅମୃତ ସ୍ନାନ ବେଳେ ଅଘଟଣକୁ ଦୃଷ୍ଟିରେ ରଖି, ଏବେବି ପ୍ରୟାଗରାଜରେ ନୋ ଭିହିକିଲ୍ ଜୋନ୍ ବଳବତ୍ତର ରହିଛି ଏବଂ ପ୍ରୟାଗ କ୍ଷେତ୍ରରୁ VVIP ପ୍ରଟୋକଲ୍ ହଟାଇ ଦିଆଯାଇଛି। ଆଜି ଭିଡ଼ ନିୟନ୍ତ୍ରଣକୁ ସୂଚାରୁ ଓ ତ୍ରୁଟିଶୂନ୍ୟ ରଖିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଥିଲେ ଉତ୍ତରପ୍ରଦେଶ ସରକାର। ଯାହାକୁ କୁହାଯାଉଛି- 'ଅପରେସନ୍ ଇଲେଭେନ୍'। ସେଥିରେ ୱାନ ୱେ ଟ୍ରାଫିକ୍ ରୁଟ୍, ଅତିରିକ୍ତ ପୋଲିସ ଫୋର୍ସ, ଅଧିକ ବ୍ୟାରିକେଡ୍, ୫୬ କ୍ବିକ୍ ରେସପନ୍ସ ଟିମ୍, ୧୫ ମୋଟର ସାଇକେଲରେ ପାଟ୍ରୋଲ୍ ସ୍କ୍ବାଡ୍, ନିୟୁ ଯମୁନା ବ୍ରିଜରେ ଅଧିକ ସୁରକ୍ଷାକର୍ମୀ, ପ୍ରାଦେଶିକ ସଶସ୍ତ୍ର କନଷ୍ଟେବଲାରୀ- PAC ଓ ରାପିଡ୍ ଆକ୍ସନ ଫୋର୍ସ ମୁତୟନ, ଶାସ୍ତ୍ରୀ ବ୍ରିଜ୍‌ର ସ୍ପେଶାଲ୍ ମନିଟରିଂ, ଟିକରମାଫି ମୋଡ଼ରେ CAPF ମୁତୟନ, ସ୍ପେଶାଲ ବସ୍ ଚଳାଚଳ ଏବଂ ପ୍ରୟାଗରାଜ ଜଙ୍କସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ରାତି ସାଢ଼େ ୩ଟାରୁ ନିଜ ଆବାସିକ କାର୍ଯ୍ୟାଳୟ ୱାରରୁମରେ ସମସ୍ତ ପ୍ରକ୍ରିୟା ଉପରେ କଡ଼ା ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

ସଂଗମ କ୍ଷେତ୍ରରେ ମହାସମାଗମ... ଏକାକାର ସନ୍ଥ ସନ୍ନ୍ୟାସୀ ଓ ସାଧାରଣଜନ। ଧନୀ-ନିର୍ଦ୍ଧନ, ପାପୀ-ତପୀ, ସାଧୁ-ଶ୍ରଦ୍ଧାଳୁ... ସମସ୍ତେ ଏକାକାର ମହାକୁମ୍ଭର ଜନସମୁଦ୍ରରେ। ପ୍ରାୟ ୩୦ଟି ଦେଶରୁ ଶ୍ରଦ୍ଧାଳୁ ଏହି ସର୍ବବୃହତ ଆଧ୍ୟାତ୍ମିକ ମହାପର୍ବରେ ଭାଗ ନେବାକୁ ଆସିଥିବା ବେଳେ, ୮ରୁ ୧୦ କିଲୋମିଟର ଧରି ଲାଗିଥିଲା ଲକ୍ଷ ଲକ୍ଷ ଲୋକଙ୍କ ଲମ୍ବା ଲାଇନ୍। ସେମାନଙ୍କ ଉପରେ ଆକାଶରୁ ୨୦ କ୍ବିଣ୍ଟାଲ ପୁଷ୍ପ ବୃଷ୍ଟି କରିଥିଲା ସ୍ବତନ୍ତ୍ର ହେଲିକପ୍ଟର।

Advertisment

ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃଆରୀ ୨୬ରେ ସରିବ। ଆଜି ତୃତୀୟ ତଥା ଅନ୍ତିମ ଅମୃତ ସ୍ନାନ ହୋଇଥିଲେ ବି, ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଓ ଫେବୃଆରୀ ୨୬ ମହାଶିବରାତ୍ରିରେ ମଧ୍ୟ ରହିଛି ମହାକୁମ୍ଭ ସ୍ନାନ ପାଇଁ ପବିତ୍ର ତିଥି। ଏହା ପରେ ୨୦୨୭ରେ ନାସିକରେ ହେବ କୁମ୍ଭମେଳା, ୨୦୩୦ରେ ପ୍ରୟାଗରାଜରେ ହେବ ଅର୍ଦ୍ଧକୁମ୍ଭ। ଏହିଭଳି ଭାବେ ପ୍ରୟାଗରାଜ, ହରିଦ୍ବାର, ଉଜ୍ଜୈନ ଓ ନାସିକରେ କୁମ୍ଭ, ଅର୍ଦ୍ଧକୁମ୍ଭ ଓ ପୂର୍ଣ୍ଣକୁମ୍ଭ ଚାଲିବ। ପୁଣି ମହାକୁମ୍ଭ ଆସିବ ୧୪୪ ବର୍ଷ ପରେ ଅର୍ଥାତ୍ ୨୧୬୯ ମସିହାରେ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ; ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Uttar Pradesh Mahakumbh 2025 Prayagraj Ganga Jal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ