Advertisment

ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା; ନୀଳପର୍ବ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୀଳପର୍ବ ନାମ କରଣ ସମ୍ପର୍କରେ ଦୁଇ ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳlହଳ ବିଷକୁ ପାନ କରି ବିଶ୍ୱବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇ ଥିଲେ ଭଗବାନ ଶିବ ।

author-image
Sonali Ojha
ଅଦ୍ୟତନ ହୋଇଛି
Chandaneswar Chadak Mela in Balasore

Chadaka mela

ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଡ଼କ ମେଳା। ଆଜି ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ନୀଳପର୍ବ ପାଳନ କରାଯିବ। ନୀଳପର୍ବରେ ଉପବିତ ଅର୍ଘ୍ୟ ପାଣି ପାଇବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।୧୩ ଦିନ ଧରି ବ୍ରତ ଧାରଣ କରିବା ପରେ ମନସ୍କାମନା ପୂରଣ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି। ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ନୀଳପର୍ବ ନାମକରଣ ସମ୍ପର୍କରେ ଦୁଇ ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳାହଳ ବିଷକୁ ପାନ କରି ବିଶ୍ୱବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇ ଥିଲେ ଭଗବାନ ଶିବ । ବିଷ ଜ୍ୱାଳାରୁ ରକ୍ଷା କରିବା ପାଇଁ ଉପବିତଧାରୀମାନେ ଶିବଙ୍କ ମସ୍ତକରେ ପଇଡ଼ ପାଣି, ଦୁଗ୍ଧ, ପାଣି ଢାଳିଥାନ୍ତି, ଏପରି କିମ୍ବଦନ୍ତୀ ଅଛି।

ଦ୍ବିତୀୟରେ ନୀଳଚାଷ ପାଇଁ ଅତ୍ୟାଚାରିତ କୃଷକମାନେ ଆଶୁତୋଷଙ୍କ ଶରଣାପନ୍ନ ହୋଇଥିବାରୁ ଏହି ପର୍ବକୁ ନୀଳ କୁହାଯାଉଛି। ବାବା ଚନ୍ଦନେଶ୍ୱେର ଶୈବପୀଠରେ ନୀଳ ପୋଖରୀ ଅଛି। ଥମ୍ବୀ କାଠକୁ ଅପରାହ୍ନ ସମୟରେ ନୀଳ ପୋଖରୀରୁ ବାହାର କରି ମନ୍ଦିରର ଦକ୍ଷିଣ ପୂର୍ବ ସ୍ଥାନରେ ରଖାଯିବାର ବିଧି ରହିଛି।

Advertisment
Chadak Mela
Advertisment
Advertisment