Advertisment

ସୂର୍ଯ୍ୟୋପରାଗ: ଏଥର ଅମାବାସ୍ୟାରେ କଣ ରହିଛି ନୀତି ନିୟମ, ଜାଣନ୍ତୁ

ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
Solar Eclipse

Solar Eclipse

ଆଉ ଦିନକ ପରରେ ପବିତ୍ର ଦୀପାବଳୀ ଅମାବାସ୍ୟା। ସେହିଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଆଦି କରାଯାଇଥାଏ। ଏହାର ପରଦିନ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି। ସୂର୍ଯ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି। ଅକ୍ଟୋବର ୨୪ ତାରିଖ ସୋମବାର ରାତି ୪ଟା ୫୭ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ଗ୍ରହଣ ସ୍ପର୍ଶ ଦିନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି।

Advertisment

ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା, ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ,୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ। ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ। ଛତିଶାନିଯୋଗରେ ଏହି ସମସ୍ତ ନୀତି ର୍ନିଘଣ୍ଟ କରାଯାଇଛି।

ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ। ତେଣେ ଚଳିତବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମାଆ କାକୁଡ଼ିଖାଇ ମନ୍ଦିର ନିକଟରେ କାଉଁରିଆ ଜଳାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ନିକଟରେ ଶ୍ରାଦ୍ଧ କରିପାରିବେ ଏବଂ ଦୁଇଟି ସ୍ଥାନରେ କାଉଁରିଆ ଜାଳିପାରିବେ ଶ୍ରଦ୍ଧାଳୁ। ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀ ନିୟୋଜିତ ହେବା ସହିତ ଗାଡ଼ି ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।

Advertisment
Solar Eclipse Diwali 2022
Advertisment
Advertisment