Advertisment

କୁଆଖାଇ ନଦୀ ଶଯ୍ୟାରେ ସୂର୍ଯ୍ୟକିରଣ ସୋ’; ଚାଲିଛି ଜୋରଦାର ପ୍ରସ୍ତୁତି

ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ ।

ଅଦ୍ୟତନ ହୋଇଛି
IAF Suryakiran Air show

IAF Suryakiran Air show

Advertisment

ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ’। ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ। ଭୁବନେଶ୍ୱର ପୁରୀ ରେ ସୂର୍ଯ୍ୟକିରଣ ସୋ’ ଆୟୋଜିତ ହେବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ଏହି ସୋ’ ର ଆୟୋଜନ କରାଯିବ। ଏନେଇ ଜୋରଦାର ପ୍ରସ୍ତୁତିଚାଲିଛି।

Advertisment

ସୋ’ ପୂର୍ବରୁ ପୋଲିସ କମିଶନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବହୁ ଭିଭିଆଇପି ଓ ଲୋକଙ୍କ ସମାଗମ ହେବାକୁ ଥିବାରୁ କୁଆଖାଇର ଦୁଇ ପାର୍ଶ୍ୱରେ ସୁରକ୍ଷା କଡ଼ାକଡ଼ି କରାଯିବ। ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଦରକାର ପଡିଲେ ଟ୍ରାଫିକ ଆଡଭାଇଜାରୀ ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ପୂର୍ବରୁ ୨୦୧୬ରେ ମହାନଦୀ ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ସୋ’।

SuryaKiran Show IAF Suryakiran Air Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ