Advertisment

ସ୍ୱାଗତଂ ୨୦୨୩: ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝୁମୁଛି ସାରା ଓଡ଼ିଶା

ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ।

author-image
Chandan Shishu
Happy New Year

Happy New Year

ନୂଆବର୍ଷ ଆଗମନରେ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ ହୋଇପଡ଼ିଛି ା ବିଦାୟ ନେଲା ୨୦୨୨, ଆସିଲା ୨୦୨୩। ଧରାପୃଷ୍ଠରେ ନୂଆବର୍ଷ ୨୦୨୩ର ଆଗମନ ହୋଇଛି। ନବାଗତର ଆଗମନରେ ବିଭୋର ବିଶ୍ୱବାସୀ। ନୂଆବର୍ଷରେ ବିଶ୍ୱବାସୀଙ୍କୁ OTVର ଶୁଭକାମନା ଜଣାଉଛି। ସମସ୍ତଙ୍କ ପାଇଁ ସୁଖ ଓ ସମୃ୍ଦ୍ଧିର ବର୍ଷ ହେଉ ୨୦୨୩।

Advertisment

ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ। ପ୍ରଥମେ ଧୁମ୍‌ଧାମ୍‌ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡବାସୀ। ଏହି ଅବସରରେ ଅକ୍ଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାଓ୍ୱାରରେ ରଙ୍ଗାରଙ୍ଗ ଆଲୋକମାଳା ସହ ଆତସବାଜିର ଆୟୋଜନ ହୋଇଥିଲା।

ଏହାପରେ ଅଷ୍ଟ୍ରେଲିଆରେ ମଧ୍ୟ ନୂଆବର୍ଷ ପହଞ୍ଚିସାରିଛି। ସିଡନୀର ପ୍ରସିଦ୍ଧ ସିଡନୀ ହାର୍ବରରେ ଆକର୍ଷଣୀୟ ଆଲୋକସଜ୍ଜା ଓ ଆତସବାଜି ଦେଖିବାକୁ ମିଳିଛି। କେବଳ ନ୍ୟୁଜିଲାଣ୍ଡ କି ଅଷ୍ଟ୍ରେଲିଆ ନୁହେଁ, ପ୍ରଶାନ୍ତ ମହାସାଗର ଭିତରେ ଥିବା ସାମୋଆ, କିରିବାଟି ଓ ନାଉରୁ ଭଳି ଛୋଟ ଦ୍ୱୀପ ରାଷ୍ଟ୍ରରେ ନୂଆବର୍ଷ ଆସିସାରିଛି।

Advertisment
New Year
Advertisment
Advertisment