Advertisment

ସିଡ୍‌ ବଲ୍‌ କ୍ୟାମ୍ପେନ୍‌: 'ଘଞ୍ଚ ଅରଣ୍ୟ ସୃଷ୍ଟି କରିବ ବିହନଯୁକ୍ତ ମାଟି ଗୋଳା'

ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି  ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରିଥିଲେ

author-image
Chandan Shishu
ଅଦ୍ୟତନ ହୋଇଛି
Global seed ball Campaign

Global seed ball Campaign

ଭୁବନେଶ୍ୱର ପୋଖରୀପୁଟସ୍ଥିତ DAV ପବ୍ଲିକ୍‌ ସ୍କୁଲରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳନ କରୁଛି ବନ ମହୋତ୍ସବ ମାତ୍ର ଏକ ନୂତନ ରୂପରେଖରେ। ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବୃକ୍ଷର ମାହାତ୍ମ୍ୟକୁ ଅଭିବୃଦ୍ଧି କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପରାମର୍ଶ କ୍ରମେ ବରିଷ୍ଠ ନିରୀକ୍ଷିକା ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ 'ସିଡ୍‌ ବଲ୍‌ ଚାଲେଞ୍ଜ' ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ 'ଜଙ୍ଗଲ ଓ ପରିବେଶ ବିଭାଗ : ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର' ପାତ୍ରପଡାକୁ ପରିଭ୍ରମଣରେ ଯାଇଥିଲେ।

Advertisment
Global seed ball CampaignGlobal seed ball Campaign

ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷ( ଇଉକ୍ଲିପଟାସ ଏବଂ ବାଉଁଶ)ର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି  ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରିଥିଲେ। ଏହି ମାଟି ଗୋଳା ବଲ୍‌ ଶୁଖିଯିବା ପରେ ବହୁ ଦୂର ସ୍ଥାନକୁ ଫିଙ୍ଗି ଦିଆଯିବ। ଯାହା ଦ୍ୱାରା ସେମାନେ ବହୁ ଦୂରରେ ଉଠି ଏକ ଘଞ୍ଚ ଅରଣ୍ୟ ସୃଷ୍ଟି କରିବାରେ ସହାୟକ ହେବେ। 

Global seed ball CampaignGlobal seed ball Campaign

ଅମୃତା ବିଶ୍ୱବିଦ୍ୟାଳୟର ମାତା ଅମୃତାନନ୍ଦମୟୀ ଦ୍ୱାରା ପ୍ରାକୃତିକ ଇକୋ ପ୍ରଣାଳୀର ସଂରକ୍ଷଣ ତଥା ପୁନରୁଦ୍ଧାର ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ଯୋଗ ଟ୍ରିପଲ-୯୯୯(ନଅ ଦିନ, ନଅ ଥର, ନଅ ମିନିଟ୍‌ ସୂର୍ଯ୍ୟ ନମସ୍କାର) କରାଇବା ସହିତ ମାତୃ ପୃଥିବୀର ସବୁଜତାକୁ ପୁନଃ ସ୍ଥାପିତ କରିବା ପାଇଁ ଏହା ଏକ ମହତ୍‌ ପଦକ୍ଷେପ। 

Advertisment

ଏହି କାର୍ଯ୍ୟକ୍ରମରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀମାନେ ପର୍ଯ୍ୟାୟକ୍ରମେ ଅଂଶଗ୍ରହଣ କରିବାର ଯୋଜନା ରହିଛି। ବିଦ୍ୟାର୍ଥୀମାନଙ୍କର ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ଡିଏଭି ଆଞ୍ଚଳିକ ସହ ଅଧିକାରୀ ଡ. ସୁଜାତା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ବାସ୍ତବରେ ଏହା ଅଭିଭାବକଙ୍କ ଦ୍ୱାରା ଭୂୟସୀ ପ୍ରଶଂସିତ ହୋଇଛି।  

Nature Lover DAV School
Advertisment
Advertisment