/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725631995.jpg)
Ganesh Puja 2024
ଆସନ୍ତାକାଲି ବିରାଜିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ। ଏଥିଲାଗି ଚଳଚଞ୍ଚଳ ବିଭିନ୍ନ ଅଂଚଳ। ପୂଜାମଣ୍ଡପରେ ସାଜସଜା ସାଙ୍ଗକୁ ଭଳିକି ଭଳି ସୁଉଚ୍ଚ ତୋରଣରେ ଝଲସିବ ପେଣ୍ଡାଲ। ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...
ଗଣେଶ ପୂଜା ପାଇଁ ସଜେଇ ହୋଇଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର। ରଙ୍ଗବେରଙ୍ଗ ଆଲୋକମାଳା ସହ ନବବଧୂ ଭଳି ସଜେଇ ହୋଇଛି ଜଟଣୀ । ଏହି ଦୁଇଟି ସ୍ଥାନ ଗଣେଶ ପୂଜା ବେଶ୍ ପ୍ରସିଦ୍ଧ। ଛୋଟ ବଡ ହୋଇ ପ୍ରାୟ ୨୦୦ରୁ ଉର୍ଦ୍ଧ ମଣ୍ଡପରେ ପୂଜା ପାଇବେ ଗଜାନନ। ବିଶେଷକରି ଜଟଣୀର ହରିଭାଇନା ଛକ, ମହୁଲଗୁଡିଆ ଛକ, ଥାନା ଛକ, ପୋଷ୍ଟ ଅଫିସ ଛକ, ସିତାରାମ ଛକ, ଗୋଲେଇ ମାର୍କେଟ, ରାଜା ବଜାର ଭଳି ଅନେକ ସ୍ଥାନରେ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାଲିଛି ଆୟୋଜନ।
ବିଭିନ୍ନ ପୂଜା କମିଟି ଭିନ୍ନ ଭିନ୍ନ ଥିମ୍ ଅନୁସାରେ ମଣ୍ଡପକୁ ସଜାଇବାରେ ବ୍ୟସ୍ତ । ୧୩ ଦିନ ଧରି ଚାଲିବାକୁ ଥିବା ପୂଜାରେ ଭିଡ଼କୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ଜମିବ ମୀନାବଜାର ସାଙ୍ଗକୁ ଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।
ତେଣେ ରାଉରକେଲାରେ ବି ଚଳିତବର୍ଷ ୫୦ରୁ ଅଧିକ ସ୍ଥାନରେ ଗଣପତି ବାବାଙ୍କ ପୂଜା କରାଯିବ। ଉଚ୍ଚ ତୋରଣ ସହ ସୁନ୍ଦର ଆଲୋକମାଳାରେ ଝଲସିବ ଷ୍ଟିଲ ସିଟି । ପ୍ରତିବର୍ଷ ଏଠାର ମୂର୍ତ୍ତିରେ କରାଯାଏ ଏକ୍ସପେରିମେଣ୍ଟ । ଚଳିତବର୍ଷ ଧାନରେ ଗଣେଶ ମୂର୍ତ୍ତି ସହ ଆର୍ଟିଫିସିଆଲ ରୋଜ୍ରେ କରାଯାଇଛି ମୂର୍ତ୍ତି। ବାସନ୍ତୀ କଲୋନୀରେ ଆଖି ଖୋସି ହୋଇଗଲା ଭଳି ପ୍ରଜାପତି ଭଳି ତୋରଣ ତିଆରି ହୋଇଛି । ସେହିଭଳି ଛେଣ୍ଡ କଲୋନୀରେ ସୋମନାଥ ମନ୍ଦିର ଭଳି ତୋରଣ ସହ ସିଭିଲ୍ ଟାଉନସିପ୍ରେ ତାଇୱାନର ବୌଦ୍ଧ ମନ୍ଦିର ସଦୃଶ ପେଣ୍ଡାଲ ଦର୍ଶକଙ୍କୁ ଆକୃଷ୍ଟ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)