Advertisment

Ganesh Chaturthi 2023: ବୁଢୀ ହାତରୁ ଖିରି ଖାଇ ଝୁମ୍ପୁଡିକୁ ରାଜମହଲ କରିଦେଲେ ଶ୍ରୀଗଣେଶ

ବିଘ୍ନ ବିନାଶକ ଦେବତା ଶ୍ରୀଗଣେଶ । ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ। ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Ganesh Chaturthi 2023 lord ganesh kheer katha

Ganesh Chaturthi 2023 lord ganesh kheer katha

ଶ୍ରୀଗଣେଶ ହେଉଛନ୍ତି ରିଦ୍ଧି-ସିଦ୍ଧିର ଦାତା ଏବଂ ବିଘ୍ନ ବିନାଶକ ଦେବତା। ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ।

Advertisment

ଖିରି ଖାଇବାର କାହାଣୀ:

ଥରେ ଭଗବାନ ଗଣେଶ ବାଳକ ହୋଇ ଚିମୁଟାଏ ଚାଉଳ ଏବଂ ଏକ ଚାମଚ କ୍ଷୀର ନେଇ ପୃଥିବୀକୁ ଆସିଲେ। ସେ ସମସ୍ତଙ୍କୁ ଖିରି ତିଆରି କରିବାକୁ କହୁଥିଲେ। କିନ୍ତୁ ସମସ୍ତେ ତାଙ୍କ କଥାକୁ ଅଣଦେଖା କରିଥିଲେ। ଏହି ସମୟରେ ଜଣେ ଗରିବ ତାଙ୍କ ପାଇଁ ଖିରି କରିବାକୁ ରାଜିହେଲେ। ଏହାପରେ ସେ ଚୁଲିରେ ଏକ ଛୋଟ ପାତ୍ର ବସେଇଲେ। ଏହା ଦେଖି ଗଣେଶ ତାଙ୍କ ଘରର ସବୁଠାରୁ ବଡ ପାତ୍ରକୁ ଚୁଲିରେ ବସେଇବାକୁ କହିଲେ। ଏହା ପରେ ବୁଢୀ ଜଣଙ୍କ ଚୁଲିରେ ଏକ ବଡ ହାଣ୍ଡି ବସେଇବେ। କିଛି ସମୟ ମଧ୍ୟରେ ଏକ ଚମତ୍କାର ଘଟଣା ଘଟିଲା।

ଅଧିକ ପଢ଼ନ୍ତୁ: ନିଜ ପିଲାକୁ ବୁଦ୍ଧିମାନ କରିବା ପାଇଁ ଶିଖାନ୍ତୁ ଗଣେଶଙ୍କ ଏହି ୬ଟି ଗୁଣ

Advertisment

ଭଗବାନ ଗଣେଶ ଦେଇଥିବା ଚାଉଳ ଏବଂ କ୍ଷୀର ବଢିବାରେ ଲାଗିଲା ଏବଂ ପୂରା ରୋଷେଇ ଘର ଏଥିରେ ଭରିଗଲା। ଏହି ସମୟରେ ଗଣେଶ ସେଠାରୁ ଚାଲିଯାଇ କହିଥିଲେ ସେ ଗାଧୋଇବା ପରେ ଖିରି ଖାଇବେ। ଏହାପରେ ବୁଢୀର ନାତି ନାତୁଣୀମାନେ ଆସିଲେ ଏବଂ ସେମାନେ ଭୋକିଲା ଥିବାରୁ ବୁଢୀ ସେମାନଙ୍କୁ ସେହି ଖିରି ଖାଇବାକୁ ଦେଲା। ଖିରି ତିଆରି ହେବା ଦେଖୁଥିବା ପଡୋଶୀମାନଙ୍କୁ ମଧ୍ୟ ବୁଢି ଖିରି ଦେଲା। ବୋହୂ ମଧ୍ୟ ଗୋଟିଏ ଗିନା ଖିର ଚୁପ୍‌କି ଖାଇ ଆଉ ଗୋଟିଏ ଦିନା ଲୁଚେଇ ଦେଲା।

ଏହା ପରେ ବୁଢୀକୁ ଯେତେବେଳେ ଭୋକ ହେଲା ସେ ମଧ୍ୟ ହାତରେ କିଛି ଖିରି ନେଇ କହିଲା “ଆ…ରେ ଗଣେଶ ଖିରି ଖା।” ଠିକ୍ ସେହି ସମୟରେ ଗଣେଶ ସେଠାରେ ପହଞ୍ଚି କହିଥିଲେ ଯେ ମୁଁ ଖିରି ଖାଇସାରିଛି। ଯେତେବେଳେ ବୁଢୀ ପଚାରିଲା ସେ କେତେବେଳେ ଖାଇଲେ, ସେ କହିଲେ ଯେ ଯେତେବେଳେ ନାତି-ନାତୁଣୀ, ପଡ଼ୋଶୀ ଏବଂ ବୋହୂ ଖାଇଲେ, ସେତେବେଳେ ମୋ ପେଟ ଭରିଗଲା।

ଏହା ପରେ ଯେତେବେଳେ ବୁଢୀ ଅବଶିଷ୍ଟ ଖିରିକୁ ବ୍ୟବହାର ବିଷୟରେ ପଚାରିଲା, ଭଗବାନ ଗଣେଶ ଏହାକୁ ନଗରରେ ବାଣ୍ଟି ଦେବାକୁ କହିଲେ। ଯେତେବେଳେ ବୁଢୀ ବାଣ୍ଟୁଥିଲା ରାଜାଙ୍କ ପାଖରେ ଏ ଖବର ପହଞ୍ଚିଗଲା। ଏହା ପରେ ସେ ବୁଢୀକୁ ତାଙ୍କ ରାଜ ଦରବାରକୁ ଡାକିଲେ। ପୁରା କାହାଣୀ ଜାଣିବା ପରେ ସେ ବୁଢୀର ଖିରି ହାଣ୍ଡିକୁ ନିଜ ପାଖକୁ ଆଣିବାକୁ କହିଲେ। ବୁଢୀ ଖିରି ହାଣ୍ଡି ନେଇ ରାଜପ୍ରାସାଦରେ ପହଞ୍ଚିବା ମାତ୍ରେ ସେଥିରୁ ପୋକ-ଜୋକ ଏବଂ ବିଷାକ୍ତ ପ୍ରାଣୀସବୁ ପଡ଼ିଗଲେ।

ଏହା ଦେଖି ରାଜା ପାତ୍ରକୁ ବୁଢୀକୁ ଫେରାଇ ଦେଲେ। ଏହାକୁ ସେ ଘରକୁ ନେବା ମାତ୍ରେ ପୂର୍ବ ଅବସ୍ଥାକୁ ଫେରି ଆସିଲା। ଏହା ପରେ ବୁଢୀ ପୁନର୍ବାର ଗଣେଶଙ୍କୁ ଅବଶିଷ୍ଟ ଖିରି ବ୍ୟବହାର ବିଷୟରେ ପଚାରିଲା ଏବଂ ସେ ଏହାକୁ ଘର କୋଣରେ ପତିଦେବାକୁ କହିଲେ।

ଏହା କରି ବୁଢୀ ରାତିରେ ଶୋଇପଡିଲା ଏବଂ ଭଗବାନ ଗଣେଶ ତା ଘରକୁ ଏକ ଧକ୍କା ଦେଇ ଅଦୃଶ୍ୟ ହୋଇଗଲେ। ପରଦିନ ଯେତେବେଳେ ବୁଢୀ ଉଠିଲା ସେ ଦେଖିଲା ଯେ ତା ଘର ଏକ ପ୍ରାସାଦରେ ପରିଣତ ହୋଇଯାଇଛି ଏବଂ ଖିରି ହାଣ୍ଡିଟି ସୁନା ହେବା ସହ ଏହା ଭିତରେ ଅଳଙ୍କାର ଭରି ରହିଛି। ଏହା ଭଗବାନ ଗଣେଶଙ୍କ ଆଶୀର୍ବାଦ ଜାଣି ବୁଢୀ ବହୁତ ଖୁସି ହୋଇଗଲା।

ଅଧିକ ପଢ଼ନ୍ତୁ: ସବୁ ଶୁଭ କାମରେ କାହିଁକି ସର୍ବପ୍ରଥମେ ପୂଜା ପାଆନ୍ତି ଭଗବାନ ଗଣେଶ

Ganesh Chaturthi Ganesh Puja Special Story
Advertisment
Advertisment