Advertisment

'ଜୀବେଦୟା'ର ନିଆରା ବାର୍ତ୍ତା: କେକ୍ କାଟି ପାଳିଲେ ବକ୍ରିଇଦ୍ ପର୍ବ

ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
muslim family cutting cake made of goat photo

muslim family cutting cake made of goat photo

ଉତ୍ତରପ୍ରଦେଶରେ ପାଳନ କରାଯାଉଥିବା ବକ୍ରିଇଦ୍ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଚଳିତ ବର୍ଷ ମଧ୍ୟ ବଳିଦାନ ସହିତ ବେଶ୍ ଧୁମଧାମରେ ଏହି ପର୍ବ ପାଳନ କରାଯାଇଥିଲା ।ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଲୋକେ ବକ୍ରିଇଦ୍ ପାଳନ କରୁଥିବାବେଳେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ସୀତାପୁରରେ ରହୁଥିବା ଏକ ପରିବାର । 

Advertisment

କେକ୍ କାଟି ପାଳନ କଲେ ବକ୍ରିଇଦ୍ :-
ବକ୍ରିଇଦ୍ ପର୍ବରେ ଲୋକେ ଛେଳି ବଳି ଦେବାରେ ବ୍ୟସ୍ତ ଥିବାବେଳେ ସୀତାପୁରର ମୋହାଲା ଗୱାଲମାଣ୍ଡି ନିବାସୀ ମେରାଜ ଅହମ୍ମଦ କିନ୍ତୁ ନିଆରା ଉପାୟ ଆପଣାଇଥିଲେ । ବକ୍ରିଇଦ୍ ଅବସରରେ ସେ ଛେଳି ବଳି ନ ଦେଇ ଛେଳିର ଫଟୋରେ ତିଆରି କେକ୍ କାଟି ଏହାକୁ ବଳି ଦେଇଥିଲେ। ଏହା ଦ୍ୱାରା ସେ ତାଙ୍କ ପରମ୍ପରା ରକ୍ଷ। କରିବା ସହ ଗୋଟେ ନୀରିହ ପ୍ରାଣୀର ଜୀବନ ବଞ୍ଚାଛନ୍ତି । କେକ୍ କାଟି ସେ ଅନ୍ୟଙ୍କୁ 'ଜୀବେଦୟା'ର ବାର୍ତ୍ତା ଦେଇଛନ୍ତି । ତାଙ୍କର ଏହି ନିଆରା କାର୍ଯ୍ୟ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । 

କେକ୍

ପଶୁ ସେବା କମିଟିର ରାଜ୍ୟ ଉପାଧ୍ୟକ୍ଷ ମେରାଜ ଅହମ୍ମଦ ମଧ୍ୟ ଏପରି ଅନନ୍ୟ ବଳିଦାନକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି । ଅନେକ ଉପାୟରେ ବଳି ଦିଆଯାଇପାରିବ ବୋଲି ସେ କହିଛନ୍ତି। କେବଳ ପଶୁକୁ ବଳି ଦିଆଯିବା ଜରୁରୀ ନୁହେଁ, କିନ୍ତୁ ଜଣେ ଗରୀବ ଝିଅର ବିବାହ କରାଇବା, ରକ୍ତ ଦାନ କରି ଜଣଙ୍କ ଜୀବନ ରକ୍ଷା କରିବା ଭଳି କାର୍ଯ୍ୟକୁ ମଧ୍ୟ ବଳିଦାନରେ ସାମିଲ୍ କରାଯାଇପାରିବ । 

Advertisment

ଏହାସହ ସେ ଜନସାଧାରଣଙ୍କୁ ନିବେଦନ ମଧ୍ୟ କରିଛନ୍ତି ଯେ, 'ଆଲ୍ଲାହା କୌଣସି ମଣିଷକୁ ଏପରି ଅଧିକାର ଦେଇ ନାହାଁନ୍ତି ଯେ ସେ କାହାର ଜୀବନ ନେଇଯିବେ, ପ୍ରତ୍ୟେକ ଜୀବଙ୍କର ଜୀବନ ମୂଲ୍ୟବାନ ହୋଇଥାଏ । ବର୍ଷକୁ ଥରେ ହିଁ ବକ୍ରିଇଦ୍ ପର୍ବ ପାଳନ କରାଯାଏ । ହେଲେ ଏହି ଅବସରରେ ହଜାର ହଜାର ଛେଳିଙ୍କ ବଳି ଦିଆଯାଏ । ଏପରି ସ୍ଥିତିରେ, ନୀରିହ ପଶୁମାନଙ୍କୁ ବଳି ଦେବା ପରିବର୍ତ୍ତେ ଗରିବ ଲୋକଙ୍କୁ ସାହାଯ୍ୟ କରାଯିବା ଆବଶ୍ୟକ' । 

Trending News
Advertisment
Advertisment