/odishatv-khabar/media/post_attachments/uploadimage/library/16_9/16_9_0/Eid_1712808692.jpg)
Eid
ଆନନ୍ଦ ଉତ୍ସାହର ସହ ଆଜି ପାଳିତ ହେବ ଇଦ୍ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଆଜି ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ଇଦ୍କୁ ନେଇ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବିଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ
ମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି । ନିଷ୍ଠାର ସହ ପୁରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ । ସେପଟେ ଭଦ୍ରକ ସହରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ୧୧ ତାରିଖରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)