• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୋଳ ପୂର୍ଣ୍ଣମୀ ଦିନ ଗରିବଙ୍କୁ ଭୋଜନ କରାନ୍ତୁ, ମିଳିବ ସୁଫଳ

'ଦୋଳ ପୂର୍ଣ୍ଣମୀ' ଦିନ ହୋଲିକା ଦହନ ଅନୁଷ୍ଠିତ ହୋଇଥାଏ । ଏହାର ପରଦିନ ରଙ୍ଗଖେଳ ଅନୁଷ୍ଠିତ ହୋଇଥାଏ । ହୋଲିକା ଦହନର ବିଶେଷ ମହତ୍ୱ ଦୋଳ ପୂର୍ଣ୍ଣମୀରେ ରହିଛି । ହୋଲିକା ଦହନର ମହତ୍ତ୍ୱ ଆମ ହିନ୍ଦୁ ଧର୍ମରେ ବିଶେଷ ଭାବରେ ରହିଛି, କୁହାଯାଏ ଯେ ଏହି ହୋଲିକା ଦହନରେ ଆମେ ନିଜର ଅହଂକାର,ହିଂସା,ଘୃଣା,ଇତ୍ୟାଦିକୁ ମନରୁ ଦୂରେଇ ନିଜ ଭିତରେ ସାତ୍ଵିକ ଭାବନା ଭରିବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ଦିନରେ କଣ କଲେ ଆମ ଭାଗ୍ୟ ଓ ଜୀବନ ଚମକି ଉଠିବ ।

  • ଶାସ୍ତ୍ରର ମାନ୍ୟତା ଅନୁସାରେ ଦୋଳ ପୂର୍ଣ୍ଣମୀ ଦିନ ଗରିବଙ୍କୁ ଭୋଜନ କରାଇବା ଉଚିତ । ଏହାଦ୍ୱାରା ରିଷ୍ଟ ଖଣ୍ଡନ ହୋଇ ମଣିଷ ନିରୋଗୀ ରହିଥାଏ ଓ ଧନ ପ୍ରାପ୍ତି ହୋଇଥାଏ । ଯାହାଦ୍ୱାରା ଗ୍ରହ ମଧ୍ୟ ଶାନ୍ତି ହୋଇଥାଏ ।
  • ଏହି ସମୟରେ ରାଧାକୃଷ୍ଣ ମିଳିତ ଭାବରେ ବାହାରି ଥାଆନ୍ତି ଭ୍ରମଣରେ ଓ ଘରଘର ବୁଲି ପ୍ରସାଦ ଖାଇ ଥାଆନ୍ତି ଓ ନିଜର ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । ତେଣୁ ମାନ୍ୟତା ରହିଛି ଯେ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପାଇଁ ଦୋଳ ପୂର୍ଣ୍ଣମୀ ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରି ପଦ୍ମ ଫୁଲ ଅର୍ପଣ କରିବା ଉଚିତ ।
  • ଦୋଳ ପୂର୍ଣ୍ଣମୀ ଦିନ ଚାକିରୀ ଓ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ହୋଲିକା ଦହନ ପୂର୍ବରୁ ଗୋଟିଏ ନଡ଼ିଆ ନେଇ ନିଜ ପରିବାର ସଦସ୍ୟଙ୍କ ମୁଣ୍ଡ ଉପରେ ୭ଥର ବୁଲାଇ ଯେଉଁଠାରେ ହୋଲିକା ଦହନ ହେଉଛି ସେଠାରେ ଜଳାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କର ସମସ୍ତ ସଙ୍କଟ ଦୂର ହୋଇ ଜୀବନରେ ଉନ୍ନତି ହୋଇଥାଏ ।
  • ଯେତେ ଚେଷ୍ଟା କଲେ ମଧ୍ୟ ଯଦି କୌଣସି କାର୍ଯ୍ୟରେ ସଫଳତା ମିଳୁ ନାହିଁ , ତେବେ ହୋଲିକା ଦହନ ସମୟରେ ଅଗ୍ନିକୁ ନଡ଼ିଆ ଓ ଗୁଆ ଅର୍ପଣ କରନ୍ତୁ । ଯାହାଦ୍ୱାରା ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ ।
  • ଦୋଳ ପୂର୍ଣ୍ଣମୀ ଦିନ ଦକ୍ଷିଣା ବର୍ତ ଶଙ୍ଖକୁ ଦୁଗ୍ଧରେ ଗାଧୋଇ ଦେଇ ରକ୍ତ ଚନ୍ଦନ ଲଗାଇ ତୁଳସୀ ପ୍ରଦାନ କରନ୍ତୁ । ଏହାଦ୍ୱାରା ପରିବାରରେ ଶାନ୍ତି,ଆର୍ଥିକ ସ୍ଥିତି ସୁଦୃଢ଼ ଓ ପ୍ରତିଟି ସ୍ଥାନରେ ସଫଳତା ପ୍ରାପ୍ତ ହୋଇଥାଏ ।