Advertisment

ଦୀପାବଳି-ପୟାଶ୍ରାଦ୍ଧ ! ଶ୍ରୀମନ୍ଦିରରେ କେବେ କରାଯିବ ପାଳନ ? ଜାଣନ୍ତୁ...

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ।

author-image
Satyendu Shekher Mishra
Deepawali

Deepawali

ଆଜି ଆଲୋକର ପର୍ବ ଦୀପାବଳି ଏବଂ ପୟାଶ୍ରାଦ୍ଧ । ଏ ଅବସରରେ ବଡବଡୁଆଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ। ଦୁଇଦିନ ଧରି ଅମାବାସ୍ୟା ରହୁଥିବାରୁ ଅନେକ ସମୟରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ କେଉଁଦିନ ପାଳିବେ ପର୍ବ। ଆଜି ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଯୁକ୍ତ ରହୁଥିବାରୁ ଅପରାହ୍ନ ପରେ ଘରେ ଘରେ ପୟାଶ୍ରାଦ୍ଧ ଓ ଦୀପଦାନ କରିପାରିବେ। ତା’ପରଦିନ ଅମାବାସ୍ୟା ଉଦୟପର୍ବରେ ପଡୁଥିବାରୁ ଆସନ୍ତାକାଲି ଶ୍ରୀମନ୍ଦିରରେ ଦୀପାବଳୀ ଅମାବାସ୍ୟା ଓ ସାଗର ବିଜେ ନୀତି ଅନୁଷ୍ଠିତ ହେବ।

Advertisment

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ ।

ଅନ୍ୟପଟେ ଆଜି କାଳୀ ପୂଜା ମଧ୍ୟ ଅନୁଷ୍ଠିତ ହେଉଛୀ । ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ଆରମ୍ଭ ହେବ ପୂଜାର୍ଚ୍ଚନା । ଏଥିଲାଗି ପୂଜା ମଣ୍ଡପରେ ସରିଛି ସମସ୍ତ ପ୍ରସ୍ତୁତି । କାଳୀ ପୂଜା ଲାଗି ଉତ୍ସବମୁଖର ହୋଇଉଠିଛି କଟକ ସହର । ସୁନା-ଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ ଶ୍ୟାମାକାଳୀ । ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରର ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଶ୍ୟାମାକାଳୀ। ରୀତିନୀତି ଅନୁସାରେ ପ୍ରଥମେ ମାଆଙ୍କ ଚକ୍ଷୁ ଦାନ ହୋଇଥାଏ। ପରେ ଶୋଡ଼ଶ ଉପଚାର ପୂଜା ଏବଂ ତା ପରେ ଚଣ୍ଡୀପାଠ ହେବ। ପୂଜା ସରିବା ପରେ ସଙ୍ଗେ ସଙ୍ଗେ ମାଆଙ୍କ ବିସର୍ଜନ ହେବ ବୋଲି କହିଛନ୍ତି ପୂଜକ।

Advertisment

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାଳୀପୂଜା ଲାଗି ବିଭିନ୍ନ ମଣ୍ଡପରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ସତ୍ୟନଗର ସ୍ଥିତ ମାଆ କାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଉଛି । ଏଠାରେ ୧୦ ଦିନ ଧରି ପୂଜାର୍ଚ୍ଚନା ଚାଲିବାକୁ ଥିବା ବେଳେ ୧୦ଟି ବେଶରେ ଦର୍ଶନ ଦେବେ ମାଆ। ସେହିପରି ବରମୁଣ୍ଡାରେ ମାଆ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ସହ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହେଉଛି ।

Diwali
Advertisment
Advertisment