Advertisment

ପୂଜକ-ପ୍ରଶାସନ କଳିରୁ ଧବଳେଶ୍ୱରଙ୍କ ଦୁଆରେ ତାଲା, ଦର୍ଶନରୁ ବଞ୍ଚିତ ଲକ୍ଷାଧିକ ଭକ୍ତ

ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ ।

author-image
Kausik Mohapatra
Dhabaleswar

Dhabaleswar

ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ । ଅନ୍ୟପଟେ ମହିଳା, ବୃଦ୍ଧ ଓ ସାଧାରଣ ଦର୍ଶନାର୍ଥୀ ସମସ୍ତେ ହୋଇଛନ୍ତି କଲବଲ। ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଛିଡ଼ା ହୋଇ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ କ୍ଷୋଭ।

Advertisment

ଆଜି(ଶୁକ୍ରବାର) ଧବଳେଶ୍ୱରଙ୍କ ବେଶ ଦର୍ଶନ ଲାଗି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ରାତି ୩ଟାରୁ ନୀତିକାନ୍ତି ସରିବା ପରେ ବ୍ୟାରିକେଡରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିଲା। ହେଲେ ସକାଳ ୧୦ଟାରେ ହଠାତ୍ ପୂଜକମାନେ ମନ୍ଦିରର ମୁଖ୍ୟ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରି ପାର୍ବତୀ ମନ୍ଦିରରେ ତାଲା ପକାଇ ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ- କାର୍ତ୍ତିକ ମାସ ସାରା ବ୍ୟାରିକେଡ୍ ନଥିବାବେଳେ ହଠାତ୍ ପଞ୍ଚୁକରେ ପ୍ରଶାସନ ନୂଆ ପୋଲଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ କରିଛି। ଯାହାଦ୍ୱାରା ଭକ୍ତମାନେ ଆଉ ପୂଜକଙ୍କୁ ଭୋଗ କି ଦକ୍ଷିଣା ଦେଇପାରୁ ନାହାନ୍ତି। ସେହିପରି ମନ୍ଦିର ପୂଜକ କମିଟି ସାଇକେଲ ଷ୍ଟାଣ୍ଡ ନିଲାମ ଆଣିଥିବାବେଳେ କଟକ ଜିଲ୍ଲା ପ୍ରଶାସନ, ମନଇଚ୍ଛା ଆଉ ଦୁଇଟି ସାଇକେଲ ଷ୍ଟାଣ୍ଡ ନିଲାମ କରିଛି। ଯଦ୍ୱାରା ସେମାନଙ୍କ ଘୋର କ୍ଷତି ଘଟିଛି।

ଅନ୍ୟପଟେ ମନ୍ଦିର ବନ୍ଦ ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ କ୍ଷୋଭକୁ ଦେଖି ଆଠଗଡ଼ ପ୍ରଶାସନ ପକ୍ଷରୁ ସେବକଙ୍କ ସହ ଅପରାହ୍ନରେ ଆଲୋଚନା ହୋଇଥିଲା। ହେଲେ ତାହା ବିଫଳ ହେବାରୁ ଘଣ୍ଟାଏ ଭିତରେ ମନ୍ଦିର ଦ୍ୱାର ନଫିଟାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକପୂର୍ଣ୍ଣ ନୋଟିସ୍ ଲଗାଇଥିଲେ ଉପ ଜିଲ୍ଲାପାଳ।

Advertisment

ସେହିପରି ପଞ୍ଚକ ଅବସରରେ ଶ୍ରୀମନ୍ଦିରରେ ଆଜି ବି ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି। ଶ୍ରୀଜିଉମାନେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି।0 ଗହଳି ଭିତରେ ଠାକୁରଙ୍କ ଦର୍ଶନ ସାରି ନିର୍ମାଲ୍ୟ ଖଳାରେ ବସିଥିବାବେଳେ ନୟାଗଡ଼ ଜିଲ୍ଲା ଖଳିସାହିର ଫକୀର ଡାଳୁଆ ନାମକ ଜଣେ ହବିଷ୍ୟାଳୀ ଅସୁସ୍ଥ ହୋଇ ପୁରୀ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

Dhabaleswar Temple
Advertisment
Advertisment