• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ବକ୍ରିଇଦ୍‌ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି । ଏହି ଅବସରରେ ମସ୍‌ଜିଦ୍ ଗୁଡ଼ିକରେ ସମୂହ ନମାଜପାଠ କରାଯାଇଛି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ବକ୍ରିଇଦ୍‌ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି ।

ଇସଲାମ୍ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଇଦ ଉଲ୍ ଫିତରର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଇଥାଏ । ଆଲ୍ଲାଙ୍କ ପ୍ରତି ପ୍ରଫେଟ୍ ଇବ୍ରାହିମ୍‌ଙ୍କ ଆନୁଗତ୍ୟ ସ୍ମୃତିରେ ଏହି ପର୍ବ ପାଳନ କରାଯାଇଥାଏ । ଆଲ୍ଲାଙ୍କ ପ୍ରତି ଆନୁଗତ୍ୟ ଓ ଭକ୍ତି ଦୃଷ୍ଟିରୁ ପ୍ରଫେଟ୍ ଇବ୍ରାହିମ୍ ତାଙ୍କ ପୁଅର ବଳି ଦେବାକୁ ଚାହିଁଥିଲେ ।

ହେଲେ ଆଲ୍ଲା ତାଙ୍କୁ ଗୋଟିଏ ଛେଳି ଦେଇଥିଲେ । ସେହି ଛେଳିକୁ ଇବ୍ରାହିମ୍ ବଳି ଦେଇଥିଲେ ସେବେଠାରୁ ଏହି ଦିନକୁ ବକ୍ରିଇଦ୍ ଭାବେ ପାଳନ କରାଯାଉଛି । ସେବେଠାରୁ ବକ୍ରିଇଦ୍ ଦିନ ଛେଳି ବଳି ଦିଆଯାଇଥାଏ । ବଳି ଦିଆଯାଇଥିବା ଛେଳିର ମାଂସକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଏହି ପ୍ରଥା ଓ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି ।

କାହିଁକି ପାଳନ ହୁଏ ବକ୍ରିଇଦ୍:

ଇସଲାମୀୟ ବିଶ୍ୱାସ ଅନୁଯାୟୀ, ପେଗମ୍ବର ହଜରତ ଇବ୍ରାହିମ୍‌ ଏକ ସ୍ୱପ୍ନରେ ଦେଖିଲେ ଯେ ଆଲ୍ଲା ତାଙ୍କୁ ତାଙ୍କର ପ୍ରିୟ ଜିନିଷକୁ ବଳିଦାନ କରିବାକୁ ଆଦେଶ ଦେଇଥିଲେ । ବହୁ ଚିନ୍ତା ପରେ ସେ ନିଜ ପ୍ରିୟ ଜିନିଷକୁ ବଳିଦାନ ଦେଇଥିଲେ । ତାଙ୍କ ପାଇଁ ସବୁଠାରୁ ପ୍ରିୟ ଜିନିଷ ଥିଲା ତାଙ୍କ ପୁଅ ଇସମାଇଲ୍‌ ।

ତାଙ୍କୁ ଇବ୍ରାହିମ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିଲେ । ଇବ୍ରାହିମଙ୍କ ସାମ୍ନାରେ ଦ୍ୱନ୍ଦ୍ୱର ପରିସ୍ଥିତି ଉପୁଜିଥିଲା । ଗୋଟିଏ ପାର୍ଶ୍ୱରେ ତାଙ୍କର ସବୁଠାରୁ ପ୍ରିୟ ପୁତ୍ର, ଅନ୍ୟ ପଟେ ଆଲ୍ଲାଙ୍କର ଆଦେଶ । ବହୁ ଚିନ୍ତା ପରେ ଇବ୍ରାହିମ ତାଙ୍କ ପୁଅ ଇସ୍‌ମାଇଲ୍‌କୁ ତାଙ୍କ ସ୍ୱପ୍ନ ବିଷୟରେ କହିଥିଲେ ।

ତେଣୁ ଇସ୍‌ମାଇଲ୍‌ ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳିଦାନ କରିବାକୁ ରାଜି ହୋଇଗଲେ । ଶେଷ ସାକ୍ଷାତ ପରେ ଇସ୍‌ମାଇଲ୍‌ ତାଙ୍କ ମୁଣ୍ଡ ନୁଆଁଇ ଇବ୍ରାହିମଙ୍କୁ ବଳିଦେବାକୁ ନିର୍ଦ୍ଦେଶ ଦେଲେ । ଆଦେଶ ପାଇବା ମାତ୍ରେ ଇବ୍ରାହିମ୍‌ ତାଙ୍କ ପୁଅ ଇସ୍‌ମାଇଲ୍‌ଙ୍କ ବେକରେ ଛୁରୀ ଚଲାଇଦେଲେ ।

କୁହାଯାଏ ଯେ ଆଲ୍ଲା ତାଙ୍କର ଉପାସନାରେ ଏତେ ସନ୍ତୁଷ୍ଟ ହୋଇଯାଇଥିଲେ ଯେ ଛୁରୀ ମାରିବା ପୂର୍ବରୁ ଆଲ୍ଲା ଇସ୍‌ମାଇଲ୍‌ଙ୍କୁ ହଟାଇ ଏକ ଛେଳିକୁ ରଖି ଦେଇଥିଲେ । ଏହିପରି ଭାବରେ ଆଲ୍ଲା ଇସ୍‌ମାଇଲ୍‌କୁ ଏକ ନୂଆ ଜୀବନ ଦେଇଥିଲେ । ଏହି କାରଣରୁ ଏହି ଦିନ ବିଶ୍ୱର ସମସ୍ତ ମୁସଲମାନ ଆଲ୍ଲାଙ୍କ ଉପରେ ଆସ୍ଥା ରଖି ପଶୁ ବଳି ଦେଇଥାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now