• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆବର୍ଷ ପାଇଁ ସାରା ବିଶ୍ୱରେ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ବିଶ୍ବର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ବାଣ ରୋଷଣୀ ସହ ସେଲିବ୍ରେସନ୍ ହୋଇଥିଲା ଜିରୋ ନାଇଟ୍ । ଅକଲାଣ୍ଡର କ୍ଲକ୍ ଟାୱାରରେ ଆଖି ଝଲସା ଆତସବାଜି ସହ ୨୦୨୪କୁ ନ୍ୟୁଜିଲାଣ୍ଡବାସୀ ସ୍ବାଗତ କରିଛନ୍ତି ।

ସେହିଭଳି ଅଷ୍ଟ୍ରେଲିଆରେ ମଧ୍ୟ ନୂତନ ବର୍ଷକୁ ଧୂମଧାମର ସହ ସ୍ବାଗତ କରାଯାଇଛି । ସିଡନୀ ମହାନଗରୀର ପ୍ରସିଦ୍ଧ ସିଡନୀ ହାର୍ବରଠାରେ ଆକର୍ଷଣୀୟ ରଙ୍ଗାରଙ୍ଗ ଆତସବାଜି ସହ ନୂଆବର୍ଷକୁ ଲୋକେ ସ୍ବାଗତ କରିଥିଲେ ।

ସେହିପରି ଭାରତ ମଧ୍ୟ ନୂଆ ବର୍ଷ ସେଲିବ୍ରେସନରେ ପଛରେ ପଡ଼ି ଯାଇନାହିଁ । 2023 ବର୍ଷର ଶେଷ ଦିନକୁ ମନଭରି ଉପଭୋଗ କରିଛନ୍ତି ସାରା ଦେଶବାସୀ । କିଏ ଛାତ ଉପରେ ବାଣ ଫୁଟାଇ ନିଜ ପରିବାର ସହ ନୂଆବର୍ଷ ସେଲିବ୍ରେସନ କରିଛି ତ କିଏ ଛାତ ଉପରେ ଷ୍ଟେଜ ତିଆରି କରି ସେଠାରେ ପାର୍ଟି କରୁଛି ।

ନିଜ ଘରର ଛାତ ଉପରେ ରହି ନିଜ ପରିବାର ସହ ବାଣ ଫୁଟାଉଛନ୍ତି ଓ ଘର ଭିତରେ ନାଚଗୀତରେ ଝୁମିଝୁମି ଜିରୋ ନାଇଟ୍ ସେଲିବ୍ରେସନ କରିଛନ୍ତି । ସେହିପରି ହିମାଚଳ ପ୍ରଦେଶ ସିମଲାରେ ଏବଂ ଧର୍ମଶାଳାରେ ଲୋକଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଗୁରୁଗ୍ରାମ, ବିଜୟୱାଡ଼ା, ଓ ଦିଲ୍ଲୀରେ ମଧ୍ୟ ସେଲିବ୍ରେସନର ମାହୋଲ ଜମିଥିଲା ।