• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଣା ସଂକ୍ରାନ୍ତି- ଓଡ଼ିଆ ନବବର୍ଷ । ସେଇଠୁ ପ୍ରଚଳନ ହୁଏ ବର୍ଷକ ପାଇଁ ଓଡ଼ିଆ ପଞ୍ଜିକା, ଯାନିଯାତ୍ରା ପର୍ବପର୍ବାଣୀ ପାଇଁ ଦିନ ଧାର୍ଯ୍ୟ ବି ହୁଏ । ଏଥର ପଣା ସଂକ୍ରାନ୍ତି ଏପ୍ରିଲ ୧୩ କି ୧୪ରେ ପଡ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଏହି ଦ୍ୱନ୍ଦ୍ୱରେ ବର୍ତ୍ତମାନ ମୋହର ଲାଗିଛି ।

ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର । ତେବେ ଅନ୍ୟକିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଛନ୍ତି ।

ସୂଚନାଯୋଗ୍ୟ, ରାଧାରମଣ ଓ କୋହିନୂର ପଞ୍ଜିକାରେ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପଡୁଥିବା ଉଲ୍ଲେଖ ଥିବାବେଳେ ସାମନ୍ତ ଚନ୍ଦ୍ରଶେଖର ଓ ବିରଜା ପଞ୍ଜିକାରେ କିନ୍ତୁ ଏପ୍ରିଲ ୧୩ ତାରିଖ ଲେଖା ଅଛି । ଚଳିତ ବର୍ଷ ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କ ଅନବସର ନୀତିରେ ମଧ୍ୟ ବିରାଟ ପରିବର୍ତ୍ତନ ଦେଖାଦେଇଛି ।

ଏଥର ଶ୍ରୀଜିଉଙ୍କ ଅନବସର ୧୩ ଦିନ ହେବ । ସେହିଭଳି କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି । ଫଳରେ ଏ ବର୍ଷ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବନି ବୋଲି କହିଲେଣି ବରିଷ୍ଠ ଦଇତାପତି । ଏଭଳି ପରିବର୍ତ୍ତନ ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ଗୁପ୍ତ ନୀତି କିଭଳି କରାଯିବ ତାକୁ ନେଇ ବି ଆଶଙ୍କା ଉପୁଜିଲାଣି । ଚଳିତ ବର୍ଷ ଲିପ୍ ଇୟର ବା ଅଧିବର୍ଷ ପଡୁଛି । ଫଳରେ ଫେବ୍ରୁଆରୀ ମାସ ୨୮ ପରିବର୍ତ୍ତେ ୨୯ଦିନ ରହିଛି ।