/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701260894.jpg)
Balijatra Wastefood
ଐତିହାସିକ କଟକ ବାଲିଯାତ୍ରା ପାଇଁ ଉପର ଓ ତଳ ପଡିଆରେ ଲୋକଙ୍କ ଭିଡ ଜମି ଆସିଲାଣି। ପ୍ରତିଦିନ ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ଯାତ୍ରା ବୁଲାବୁଲି ଓ କିଣାକିଣି କରିବା ସହ ସୁସ୍ୱାଦୁ ଖାଦ୍ୟ ଖାଉଛନ୍ତି । ତେବେ କିଛି ଅସାଧୁ ବ୍ୟବସାୟୀ ବାସି ତଥା ଅପମିଶ୍ରିତ ଖାଦ୍ୟ ବିକ୍ରୀ କରୁଥିବା ଅଭିଯୋଗ ପାଇ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟମାନ ଯାଞ୍ଚ କରୁଥିବା ଟିମ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଚଢାଉ କରିଛନ୍ତି ।
ତଳ ଓ ଉପର ପଡିଆରେ ଚଢାଉ କରି ପ୍ରାୟ ପାଞ୍ଚ କ୍ୱିଣ୍ଟାଲ ବାସି ଓ ଖରାପ ଖାଦ୍ୟ ନଷ୍ଟ କରିଛନ୍ତି। ବହୁ ପରିମାଣରେ ଭଜା ମାଛ, ଚିକେନ ପକୋଡା, ମୋମୋ, ସିଙ୍ଗଡା, ଫାଷ୍ଟଫୁଡ, ଟମାଟୋ ସସ୍, ଅସ୍ୱାସ୍ଥ୍ୟକର ରଙ୍ଗ, ମଥୁରା କେକ୍ ନଷ୍ଟ କରିଛନ୍ତି । ଏଥିସହ ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।
ଜମୁଛି ଐତିହାସିକ କଟକ ବାଲିୟାତ୍ରା..ଉପର ଓ ତଳ ପଡ଼ିଆରେ ଲୋକଙ୍କ ଭିଡ଼..ପ୍ରାୟ ୫ କ୍ୱିଣ୍ଟାଲ ଖରାପ ଖାଦ୍ୟ ନଷ୍ଟ କଲା CMC..#CMC#BaliJatra2023#Cuttack#Odisha#OTVpic.twitter.com/0uqNWm5zqw
— ଓଟିଭି (@otvkhabar) November 29, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)