/odishatv-khabar/media/post_attachments/uploadimage/library/16_9/16_9_0/Dot_Fest_1673439789.jpg)
Dot Fest
ବିଶ୍ୱକପ୍ ହକିର ମାହୋଲକୁ ଅଧିକ ଆକର୍ଷଣୀୟ କରିବ ଡଟ୍ ଫେଷ୍ଟ । ୧୫ଦିନ ଧରି ଚାଲିବାକୁ ଥିବା ଏହି ହାଇ-ଭୋଲଟେଜ୍ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ ଓ ପର୍ଯ୍ୟଟକ । ଡଟ୍ ଫେଷ୍ଟ ପାଇଁ ହାତରେ କମ୍ ଦିନ ଥିବାରୁ ଯୁଦ୍ଧକାଳୀନ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୧୫ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ର ପୃଥକ ପୃଥକ୍ ସ୍ଥାନରେ ଆୟୋଜିତ ହେବ । ଏହି କାକାଯର୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଇଡକଲ ପ୍ରଦର୍ଶନୀ ପଡିଆର ବାମ ପାଶର୍ବରେ ୩୦ରୁ ଅଧିକ ଷ୍ଟଲରେ ହେବ ଇଣ୍ଟରନ୍ୟାସନାଲ ଫୁଡ ଫ୍ୟାଷ୍ଟିଭାଲ । ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇବ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ ପସରା । ପ୍ରଦର୍ଶନୀ ପଡିଆର ଡାହାଣ ପାର୍ଶ୍ୱରେ ଉଦିତ ନାରାୟଣ, ଅଲକା ୟାଗନିକ, ସୁଖବିନ୍ଦର ସିଂ, ନିତି ମୋହନ, ପଣ୍ଡିତ ହରି ପ୍ରସାଦ ଚେରାସିଆ, ସୁନିଲ ଗ୍ରୋଭର, ସିଦ୍ଧାର୍ଥ ମହାଦେବନଙ୍କ ଭଳି ଖ୍ୟାତନାମା କଳାକାର ଯୋଗ ଦେବେ ।
ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ, ଦୁଲୁକୁଛି ବାରବାଟୀ ! ଦେଖନ୍ତୁ ଭିଡିଓ..
ଗୋଟିଏ ସ୍ୱତନ୍ତ୍ର ଷ୍ଟେଜରେ ପୁରୁଣା ଭୁବନେଶ୍ୱର ଓ ନୂଆ ଭୁବନେଶ୍ୱର ସମ୍ପର୍କିତ ଫଟୋ ପ୍ରଦର୍ଶନୀ ଏବେ ଓ ସେବେ ନାମରେ ଆୟୋଜିତ ହେବ । ସେହିଭଳି ଏକାମ୍ର ହାଟରେ ୬୦ରୁ ଅଧିକ ଷ୍ଟଲ ସହିତ ଖୋଲିବ ନାଇଟ ମାର୍କେଟ ଓ ଉତ୍କଳିକା। ପ୍ରଦର୍ଶନୀ ପଡିଆ ଓ ଏକାମ୍ର ହାଟ ବ୍ୟତୀତ ରାଜଧାନୀର ବିଭିନ୍ନ ସ୍ଥାନରେ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଏକାମ୍ର ୱାକ୍ ଜରିଆରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସୁଯୋଗ ସାଙ୍ଗକୁ ପାର୍କରେ ଷ୍ଟୋରୀ ଟେଲିଂ ଉପଭୋଗ କରିବାର ମଜା ନେଇପାରିବେ ପର୍ଯ୍ୟଟକ । ହାତରେ କମ୍ ଦିନ ଥିବାରୁ ଯୁଦ୍ଧକାଳୀନ ପରିସ୍ଥିତିରେ ଚାଲିଛି ପ୍ରସ୍ତୁତି ... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)