ଏପ୍ରିଲ ୧୨ ତାରିଖ ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାରେ ଓଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ। ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ। ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସପି।
ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି। ହନୁମାନ ଜୟନ୍ତୀ ଶୋଭାଯାତ୍ରାର ତମାମ ରୁଟ୍ ଚାର୍ଟ ସହ ସତର୍କ କରାଇଥିଲେ। ଶୋଭାଯାତ୍ରାକାରୀମାନେ ସ୍ଲୋଗାନବାଜି କରି ଯିବା ନେଇ ସୂଚନା ଦେଇଥିଲେ।
ଏପରିକି ଶୋଭାଯାତ୍ରା ରୁଟରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଅଧିକ ଲୋକ ରହୁଥିବା ଦର୍ଶାଇଥିଲେ। ଶୋଭାଯାତ୍ରା ସ୍ଲୋଗାନବାଜି ବେଳେ ହିଂସା ଘଟିପାରେ, ସତର୍କ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିଦ୍ବେଷ ହୋଇପାରେ, ଦର୍ଶାଇଥିଲେ।
ଏସପିଙ୍କୁ ଦେଇଥିବା ଚିଠିର କପି ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ବି ଦେଇଥିଲେ। ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଂଜ ଆଇଜିଙ୍କୁ ବି କପି ଦେଇଥିଲେ।
ଏପ୍ରିଲ ୧୨ ତାରିଖ ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା । OTV ହାତରେ ଲାଗିଲା ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ। ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ#sambalpurviolence #Odisha #OTV pic.twitter.com/XXGlG9AHbK
— ଓଟିଭି (@otvkhabar) April 29, 2023
ଗତ ଏପ୍ରିଲ ୧୨ରେ ସମ୍ବଲପୁରରେ ହିଂସା ଘଟିଥିଲା। ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଅତିରିକ୍ତ ଏସପିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିଲେ। ଧନୁପାଲି ଛକରୁ ରାଲି ଗଲା ବେଳେ ପୋଲିସକୁ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଏଏସପି, ଧନୁପାଲି ଆଇଆଇସି ଆହତ ହୋଇଥିଲେ। ଏହି ଘଟଣା ପରେ ସମ୍ବଲପୁରରେ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା।