ସୋସିଆଲ ମିଡିଆରେ ଟିକିଏ ଲୋକପ୍ରିୟତା ପାଇବା ପାଇଁ ନିଜର ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ୟୁଟ୍ୟୁବର । ଏଥିପାଇଁ ଅନେକ ସମୟରେ ଟ୍ରୋଲ୍ ହେଉଥିଲେ ମଧ୍ୟ ୟୁଟ୍ୟୁବର ମାନଙ୍କର ବୁଦ୍ଧି ଉଦୟ ହେଉନାହିଁ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ ଦେଉଛନ୍ତି ୟୁଜର । ଖାଲି ଏତିକି ନୁହେଁ ନିଜର କାଣ୍ଡକାରନାମା ପାଇଁ ସମ୍ପୃକ୍ତ ୟୁଟ୍ୟୁବରଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।
ଜୋକ୍ କରୁ ଜୋକର ହୋଇଗଲେ ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ । ଜୋକ୍ ଏତେ ମହଙ୍ଗା ପଡିଲା ଯେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ପରିବାର ବିଷୟରେ ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟକୁ ପାଇଁ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବ ମଖିଜା, ହାସ୍ୟ କଳାକାର ସମୟ ରୈନା ଓ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
Also Read
ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଜଣାଶୁଣା ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ଏଥର ଏହା ସବୁ ସୀମା ଟପିଯାଇଛି । ଏହି 'ଶୋ’ର ନୂଆ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା ।
Imagine the Indian celebrities, business czars & politicians who invite or do podcasts with men like @BeerBicepsGuy & @ReheSamay
— Rohan Dua (@rohanduaT02) February 9, 2025
If vulgarity & obscenity had any limit, such men annihilated it
How long my brother Indians & @MIB_India be quiet on this?pic.twitter.com/sPeO9ECfqK
ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ କରିଥିବା ପ୍ରଶ୍ନକୁ ନେଇ ତାଙ୍କୁ ଏବେ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯିବା ସହ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଏସବୁ ଭିତରେ ସମ୍ପୃକ୍ତ ୟୁଟ୍ୟୁବରଙ୍କର ଏବେ ବୁଦ୍ଧି ଉଦୟ ହୋଇଛି ।
This vulgarity is peak comedy according to Gen Z. pic.twitter.com/EH3nNamGN9
— ︎ ︎venom (@venom1s) February 10, 2025
ସେ ସୋସିଆଲ ମିଡ଼ିଆ 'X' ମାଧ୍ୟମରେ ନିଜର ଭୁଲ୍ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ମତ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ସେ ଭିଡିଓ କ୍ଲିପ୍ ଦେଖିନାହାନ୍ତି , କିନ୍ତୁ ଯିଏ ଶାଳୀନତାର ସୀମା ପାର କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ମନ ଇଛା ଅପଶବ୍ଦ ବ୍ୟବହାର କରୁଥିବା ୟୁଟ୍ୟୁବର ଏଥିରୁ ନିବୃତ୍ତ ନରହିଲେ ଖୁବ୍ ଶୀଘ୍ର ଜେଲ୍ ଯିବେ ବୋଲି କୁହାଯାଉଛି ।