Advertisment

Sonu Sood: ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ସୋନୁ ସୁଦ୍; କୋର୍ଟରେ କହିଲେ ଏମିତି

ଏକ ମଲ୍ଟିଲେଭଲ୍ କମ୍ପାନୀ ବିରୋଧରେ ଚାଲିଥିବା ଏକ ଠକେଇ ମାମଲାରେ ସୋନୁ ସୁଦ ସାକ୍ଷୀ ଭାବରେ ହାଜର ହୋଇଛନ୍ତି। ସୋନୁ ସୁଦ ଲୁଧିଆନା କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକ୍ଷୀ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sonu Sood appears in court via video conferencing

Sonu Sood appears in court via video conferencing

ବଲିଉଡ୍‌ ଅଭିନେତା ସୋନୁ ସୁଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି, କିନ୍ତୁ ଏଥର ଏହାର କାରଣ ତାଙ୍କ ଫିଲ୍ମ କ୍ୟାରିୟର ନୁହେଁ କି ସମାଜସେବା ପାଇଁ ନୁହେଁ। ଏହି ଚର୍ଚ୍ଚାର କାରଣ ହେଉଛି ଆଇନ ସମ୍ବନ୍ଧୀୟ। ନିକଟରେ ସୋନୁ ସୁଦ ଲୁଧିଆନା କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକ୍ଷୀ ଦେଇଛନ୍ତି।

Advertisment

ଏକ ମଲ୍ଟିଲେଭଲ୍ ମାର୍କେଟିଂ (MLM) କମ୍ପାନୀ ବିରୋଧରେ ଚାଲିଥିବା ଠକେଇ ମାମଲାରେ ସେ ସାକ୍ଷୀ ଭାବରେ ହାଜର ହୋଇଛନ୍ତି।

ଗିରଫ ୱାରେଣ୍ଟ୍‌:

ଲୁଧିଆନାରେ ଏକ ମଲ୍ଟିଲେଭଲ୍ ମାର୍କେଟିଂ କମ୍ପାନୀ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା। ଏହି କମ୍ପାନୀ ସୋନୁ ସୁଦଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସଡର କରିଥିଲା। ମାମଲା ପଞ୍ଜିକୃତ ହେବା ପରେ ସୋନୁଙ୍କୁ ସାକ୍ଷୀ ଦେବାକୁ କୁହାଯାଇଥିଲା, କିନ୍ତୁ ସେ ତାହା କରିପାରି ନ ଥିଲେ।

Advertisment

ଏହା ପରେ ଲୁଧିଆନା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ (ଜେଏମ୍‌ଆଇସି) ରମନପ୍ରୀତ କୌର୍‌ ଏହି ମାମଲାରେ ଜାନୁଆରୀ ୨୯ରେ ସୋନୁ ସୁଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ୍ ଜାରି କରିଥିଲେ। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ମୁମ୍ବାଇର ଓସିୱାରା ପୋଲିସ୍ ଷ୍ଟେସନର SHOଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ସୋନୁ ସୁଦଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ

ସୋନୁ ସୁଦଙ୍କ ସ୍ପଷ୍ଟୀକରଣ:

ଗିରଫ ୱାରେଣ୍ଟ୍‌ ଜାରି ହେବା ପରେ ସୋନୁ ସୁଦ୍ସୋସିଆଲ ମିଡିଆରେ ମଧ୍ୟ ଏକ ବିବୃତ୍ତି ଜାରି କରିଥିଲେ। ଏଥିରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ଏହି ମାମଲାରେ ସାକ୍ଷୀ ଭାବରେ ଡକାଯାଇଛି ଏବଂ ଏହି ମାମଲାରେ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ।

ସୋନୁ ଲେଖିଥିଲେ, "ଏହା ତୃତୀୟ ପକ୍ଷ ମାମଲା ସହିତ ଜଡିତ, ଯେଉଁଥିରେ ମୋର କୌଣସି ନେଣ-ଦେଣ ନାହିଁ। ଆମ ଓକିଲ ସମନର ଉତ୍ତର ରଖିଛନ୍ତି ଏବଂ ମୁଁ ଫେବୃଆରୀ ୧୦ରେ ମୋର ପକ୍ଷ ରଖିବି।"

ମାମଲା କ’ଣ:

ଲୁଧିଆନାରେ, ଏହି ମାମଲା ଏକ MLM କମ୍ପାନୀର ଠକେଇ ସହିତ ଜଡିତ, ଯାହାର ନାଁ 'ରିକେଜା କଏନ୍'। ଏହା ‘ବିଟ୍‌ କଏନ’ ଭଳି ଏକ ଭର୍ଚୁଆଲ ମୁଦ୍ରା। କମ୍ପାନୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା ଯେ ଯଦି ସେମାନେ ଏହାକୁ ବିନିଯୋଗ କରନ୍ତି ତେବେ ବଡ଼ ରିଟର୍ଣ୍ଣ ପାଇବେ।

ଏ ସମ୍ପର୍କରେ ରାଜେଶ ଖାନ୍ନା ନାମକ ଜଣେ ଓକିଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ମୋହିତ ଶୁକ୍ଲା ନାମକ ଜଣେ ବ୍ୟକ୍ତି ତାଙ୍କୁ କିପରି ଏହି କମ୍ପାନୀରେ ବିନିଯୋଗ କରିବାକୁ ଲୋଭ ଦେଖାଇଥିଲେ।

ଓକିଲଙ୍କ କହିବାନୁସାରେ, ମୋହିତ ତାଙ୍କୁ କହିଥିଲେ ଯେ ଯଦି ସେ ୮,୦୦୦ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ୧୦ ମାସରେ ୨୪,୦୦୦ ଟଙ୍କା ପାଇବେ। ମୋହିତ ଶୁକ୍ଲା ସମୁଦାୟ ୧୨,୫୦୦ ଡଲାର ବିନିଯୋଗ କରିଥିଲେ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧୦ ଲକ୍ଷ ଟଙ୍କା।

କିନ୍ତୁ ଯେତେବେଳେ ବିନିଯୋଗ ସମୟ ଶେଷ ହେଲା ସେତେବେଳେ ସେ ତାଙ୍କର ରିଟର୍ଣ୍ଣ ପାଇଲେ ନାହିଁ। ଏହା ପରେ ସେ ମୋହିତ ଶୁକ୍ଲାଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ, ଯେଉଁଥିରେ ଜଣାପଡିଥିଲା ​​ଯେ ସେ ପୂର୍ବରୁ ମଧ୍ୟ ଏପରି ଅନେଇ ଠକେଇରେ ଜଡିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ଉଦିତ ନାରାୟଣଙ୍କ ପୁରୁଣା କିସିଂ ଭିଡିଓ

Sonu Sood Arrest Warrent
Advertisment
Advertisment