Advertisment

ବ୍ରହ୍ମାସ୍ତ୍ର ପାର୍ଟ -୨ ରେ କିଏ ହେବ ଦେବ୍ ?

‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ ଆସିବେ ଜାଣନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Brahmastra 2

Who will play dev in brahmastra part 2

‘ବ୍ରହ୍ମାସ୍ତ୍ର ପାର୍ଟ ୧ : ଶିବା’ ରିଲିଜ୍ ହେବା ପର ଠାରୁ ଧୁଆଁଧାର ରୋଜଗାର କରିଚାଲିଛି। ଓପେନିଂ ଦିନରୁ ହିଁ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଦେଲା। ଏହାର ଦବଦବା ଏବେ ବି ରହିଛି। ଫିଲ୍ମ ଦିନକୁ ଦିନ ନୂଆ ରେକର୍ଡ କରିଚାଲିଛି।

Advertisment

ଆଗକୁ ବ୍ରହ୍ମାସ୍ତ୍ର ର ଆଉ ଦୁଇଟି ପାର୍ଟ ଆସିବ। ଏହାର ସୂଚନା ପୂର୍ବରୁ ଦିଆସରିଛି। ଏହାର ପ୍ରଥମ ଭାଗର ନାମ ‘ବ୍ରହ୍ମାସ୍ତ୍ର ପାର୍ଟ ୧ : ଶିବା’ ଥିବା ବେଳେ ଦ୍ୱିତୀୟ ଭାଗର ନାମ ‘ବ୍ରହ୍ମାସ୍ତ୍ର ପାର୍ଟ ୨ : ଦେବ୍’ ହେବ। ପ୍ରଥମ ଭାଗରେ ଶିବା ଭୂମିକାରେ ରଣବୀର କପୁର ଥିବାବେଳେ ଦ୍ୱିତୀୟ ଭାଗରେ ଦେବ୍ ଭୂମିକାରେ କିଏ ନଜର ଆସିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏବେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ, ଏହାର ଦ୍ୱିତୀୟ ଭାଗରେ କିଏ ମୁଖ୍ୟ ଭୂମିକାରେ ଆସିବେ? ଗୋଟିଏ ପଟେ ରଣବୀର ସିଂହ ଙ୍କ ନାଁ ଆସୁଥିବାବେଳେ ଅନ୍ୟପଟେ ହ୍ରିତିକ ରୋଶନ ଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦର୍ଶକେ ଜାଣିବାକୁ ଚାହୁଛନ୍ତି ଯେ ପ୍ରକୃତରେ ଏହାର ଦ୍ୱିତୀୟ ଭାଗରେ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

Advertisment

‘ବ୍ରହ୍ମାସ୍ତ୍ର ପାର୍ଟ ୧ : ଶିବା’ ରିଲିଜ୍ ପରଠାରୁ ହିଁ ଚର୍ଚ୍ଚା ଜୋର୍ ଧରିଛି। ଫିଲ୍ମର ଦ୍ୱିତୀୟ ଭାଗରେ ଦୀପିକା ପାଦୁକୋନ୍ ଫିମେଲ୍ ଲିଡ୍‌ରେ ଓ ରଣବୀର ସିଂହ ମେଲ୍ ଲିଡ୍‌ରେ ଆସିବେ ବୋଲି କୁହାଯାଉଛି। ଅନ୍ୟଏକ ସୂତ୍ରରୁ ଜଣାପଡୁଛି ଯେ କରଣ ଜୋହର ତାଙ୍କର ଦ୍ୱିତୀୟ ଭାଗରେ ମୁଖ୍ୟ ଭୂମିକା ପାଇଁ ହ୍ରିତିକ୍ ରୋଶନଙ୍କ ସହ କଥା ହୋଇଛନ୍ତି।

ଆଉ ଏକ ସୂତ୍ରରୁ ଜଣାଯାଉଛି ଯେ ହ୍ରିତିକ ରୋଶନ ଏହି ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। କାରଣ ତାଙ୍କ ପାଖରେ ଅନ୍ୟ ପ୍ରୋଜେକ୍ଟ ଅଛି। ତେବେ ଏଯାଏ ନିର୍ମାତା ନା ରଣବୀର ନା ହ୍ରିତିକଙ୍କ ନାମ ଉପରେ କୌଣସି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହାରି ଭିତରେ ଦେବ ଭୂମିକାରେ ଆଉ ଜଣେ ନୂଆ ଅଭିନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ନୂଆ ସୂଚନାରୁ ଏହା ଜଣାଯାଇଛି ଯେ ‘ବ୍ରହ୍ମାସ୍ତ୍ର ପାର୍ଟ : ୨’ ପାଇଁ ନିର୍ମାତା କାର୍ତ୍ତିକ ଆୟନଙ୍କ ନାଁକୁ ନେଇ ବିଚାର କରୁଛନ୍ତି। ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା ଆଗାମୀ ଦିନରେ ହିଁ ଜଣା ପଡିବ।

ପୂର୍ବରୁ ମଧ୍ୟ କରଣ ଜୋହର ଓ କାର୍ତ୍ତିକ ଆୟନଙ୍କୁ ନେଇ ଏକ ଖବର ଆସିଥିଲା। କାର୍ତ୍ତିକ ପ୍ରଥମେ କରଣଙ୍କ ‘ଦୋସ୍ତାନା ୨’ ରେ ନଜର ଆସିବାର ଥିଲା। ଏଥିରେ ତାଙ୍କ ସହିତ ଜାହ୍ନବୀ କପୁର ମଧ୍ୟ ନଜର ଆସିଥାନ୍ତେ। କିନ୍ତୁ ଏଯାଏ ଏହାକୁ ନେଇ କୌଣସି ଖବର ଆସି ନାହିଁ।

Brahmastra Movie Ranbir Kapoor Brahmastra Part 2 Ranveer Singh Hritik Roshan Bollywood Bramhastra Brahmastra 2 Deepika Padukone Alia Bhatt Kartik Aaryan
Advertisment
Advertisment